ପୁଣି ଥରେ ଅସୁସ୍ଥ ହୋଇପଡ଼ିଲେ ଇନ୍ଦ୍ରାଣୀ ମୁଖାର୍ଜୀ
1 min read
ଆ.ଓ.ରି(ତା୨|୬)-ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି ଆଇନକ୍ସ ମିଡିଆର ପୂର୍ବତନ ଅଧ୍ୟକ୍ଷା ଇନ୍ଦ୍ରାଣି ମୁଖାର୍ଜି। ଛାତିରେ ଯନ୍ତ୍ରଣା ଅନୂଭବ କରିବା ଯୋଗୁଁ ତାଙ୍କୁ ମୁମ୍ବାଇ ସ୍ଥିତ ଜେଜେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ହଠାତ୍ ଛାତି ଯନ୍ତ୍ରଣା ଯୋଗୁଁ ଇନ୍ଦ୍ରାଣୀଙ୍କୁ ହସ୍ପିଟାଲ୍କୁ ଅଣାଯାଇଥିଲା। ମେଡିକାଲରେ ସମସ୍ତ ପ୍ରକାର ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।
ତେବେ ଆଗାମୀ ଦିନେ କିମ୍ବା ଦୁଇ ଦିନ ଯାଏ ସେ ହସ୍ପିଟାଲରେ ରହିବେ ବୋଲି ଜେଜେ ହସ୍ପିଟାଲ ଡିନ୍ କହିଛନ୍ତି। ନିଜ ଝିଅ ସୀନା ବୋରାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଇନ୍ଦ୍ରାଣୀ । ଏନେଇ ଗତ ୨୦୧୫ରୁ ଜେଲ୍ରେ ଅଛନ୍ତି ସେ।