ଜାତୀୟ

ଭାରତ-ଚୀନ ଉତ୍ତେଜନା ବୃଦ୍ଧିର କାରଣ ହୋଇପାରେ ଚାବହାର!

ଆଓରି(ତା୧୨|୪)-  ଇରାନର ସୁଦୂର ଚାବହାର ବନ୍ଦର ଭାରତ ଓ ଚୀନ ମଧ୍ୟରେ ଭୂ-ରାଜନୈତିକ ଉତ୍ତେଜନାର କାରଣ ହେବାକୁ ଯାଉଛି। ଭାରତ ଚାବହାର ବନ୍ଦରକୁ ବିକଶିତ କରିବା ପାଇଁ ୩୨୫୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି। ୨୦୦୩ରେ ପ୍ରଥମ ଥର ଭାରତ ଏହି ପ୍ରକଳ୍ପ ପାଇଁ ଆଗ୍ରହ ପ୍ରଦର୍ଶନ କରିଥିଲା। ଏହି ବିମାନ ବନ୍ଦର ଇରାନ ରାଜଧାନୀ ତେହରାନଠାରୁ ପ୍ରାୟ ୧୮୦୦ କିଲୋମିଟର ଦୂରରେ ଅବସ୍ଥିତ। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏହି ବିମାନ ବନ୍ଦର ବିକାଶରେ ଭାରତ ଅହେତୁକ ବିଳମ୍ବ କରିବାରୁ ଇରାନ ଏଥିରେ ପୁଞ୍ଜି ନିବେଶ ପାଇଁ ଚୀନକୁ ଆମନ୍ତ୍ରଣ କରିଛି। ଚୀନ ଏହି ବିମାନ ବିନ୍ଦର ବିକାଶ ଓ ନିର୍ମାଣରେ ଭାଗ ନେଲେ ଭାରତର ଲାଭ ବହୁଗୁଣରେ ପ୍ରଭାବିତ ହେବ। ପୂର୍ବରୁ ପାକିସ୍ତାନ ଖବରକାଗଜ ଡନ୍‍ରେ ଖବର ପ୍ରକାଶ ପାଇଥିଲା ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଇସଲାମାବାଦ ଗସ୍ତ ସମୟରେ ଇରାନ ବିଦେଶ ମନ୍ତ୍ରୀ ଜାଭେଦ ଜରିଫ ଚାବହାର ପ୍ରକଳ୍ପରେ ନିବେଶ ପାଇଁ ପାକିସ୍ତାନ ଓ ଚୀନକୁ ଆମନ୍ତ୍ରଣ କରିଥିଲେ। ଇରାନ ଚାବହାରର ଆର୍ଥିକ ସଫଳତା ପାଇଁ ଚୀନକୁ ଆମନ୍ତ୍ରର କରୁଛି। ଏପଟେ ଭାରତ ମହାସାଗରରେ ଚୀନର ବିସ୍ତାରବାଦୀ ରଣନୀତିକୁ ଭାରତ ବିରୋଧ କରୁଛି। ଏଭଳି ସ୍ଥିତିରେ ଚାବହାର ପ୍ରକଳ୍ପରେ ଚୀନ ପ୍ରବେଶ କଲେ ଭାରତର ଋଣନୀତିଗତ କ୍ଷତି ଘଟିବ। ଆଗାମୀ ଦିନରେ ପାକିସ୍ତାନ ଗ୍ୱାଦାର ବନ୍ଦରକୁ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରିବ ବୋଲି ଆଶଙ୍କା କରାଯାଉଛି। ଏହାପୂର୍ବରୁ ଶ୍ରୀଲଙ୍କା ଓ ମିଅାଁମାରର ଗୋଟିଏ ଲେଖାଏଁ ବନ୍ଦରକୁ ଚୀନ ନିଜ କବ୍‍ଜାରେ ରଖିଛି। ଚାବହାରରେ ଚୀନର ଉପସ୍ଥିତି ଭାରତ ପାଇଁ ବିପଦଜନକ ବୋଲି ବିଚାର କରାଯିବ। ଚୀନ ଭାରତକୁ ଜଳଭାଗର ୩ ପଥରେ ଘେରି ଯିବ। ତେଣୁ ବେଜିଂ ଚାବହାର ବନ୍ଦର ପାଇଁ ଅଧିକାରୀସ୍ତରରେ ହାତ ବଢାଇଲେ ଭାରତର ସ୍ୱାର୍ଥ ପ୍ରଭାବିତ ହେବ। ଏପର୍ଯ୍ୟନ୍ତ ଚୀନ ବିଦେଶ ମନ୍ତ୍ରଣାଳୟ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ଚାବହାର ପ୍ରକଳ୍ପ ବିକାଶ କାର୍ଯ୍ୟରେ ଭାଗ ନନେଇ ମଧ୍ୟ ଭାରତର ପ୍ରଭାବକୁ ହ୍ରାସ କରିବା ପାଇଁ ଚୀନ ସେଠାରେ ପ୍ରବେଶ କରିପାରେ ବୋଲି ଆଶଙ୍କା କରାଯାଉଛି। ଚୀନ ଏବେ ପାକିସ୍ତାନର ପଶ୍ଚିମ ସୀମାସ୍ଥିତ ଗ୍ୱାଦାର ବନ୍ଦର ନିର୍ମାଣ ଓ ବିକାଶ କାର୍ଯ୍ୟରେ ପୁଞ୍ଜି ନିବେଶ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button