ଖେଳ

ଦିନିକିଆ ମ୍ୟାଚରେ ମଧ୍ୟ ଭାରତ ଉନ୍ନତ: ପ୍ରଥମ ଦିନିକିଆରେ ୯ ଉଇକେଟ ବିଜୟ

ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ରବିବାର ବଡ଼ ବିଜୟ ସହିତ ଦିନିକିଆ ଶୃଙ୍ଖଳାକୁ ଦମ୍‌ଦାର ଢଙ୍ଗରେ ଆରମ୍ଭ କରିଛି। ୯ ଓ୍ଵିକେଟ୍‌ରେ ବିଜୟ ସହିତ ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ବୋଲରଙ୍କ କମାଲ ପରେ ଧାଓ୍ଵନଙ୍କ ଦ୍ରୁତତମ ଶତକ ଏବଂ ସର୍ବାଧିକ ଓଭର (୨୧.୧) ବଳକା ଥାଇ ଜିତିବାର କୀର୍ତ୍ତିମାନ ମଧ୍ୟ ଭାରତ ନିଜ ନାମରେ କରି ନେଇଥିଲା।

୨୧୭ ରନ୍‌ର ସହଜ ବିଜୟ ଲକ୍ଷ୍ୟରେ ଖେଳିଥିବା ଭାରତୀୟ ଦଳ ଶ୍ରୀଲଙ୍କାର ଅନଭିଜ୍ଞ ବୋଲିଂ ବାହିନୀକୁ ପ୍ରହାର କରି ଶିଖର ଧାଓ୍ଵନ ନିଜର ଏକାଦଶ ଦିନିକିଆ ଶତକ ହାସଲ କରି ନେଇଥିଲେ। ମାତ୍ର ୭୧ ବଲ୍‌ରୁ ତିନି ଅଙ୍କ ଛୁଇଁ ଧାଓ୍ଵନ ଶ୍ରୀଲଙ୍କାରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ଦ୍ରୁତତମ ଶତକର କୀର୍ତିମାନ କରିଥିଲେ। ଧାଓ୍ଵନଙ୍କ ସହିତ ଅଧିନାୟକ ବିରାଟ କୋହଲି ମଧ୍ୟ ୭୦ ବଲ୍‌ରୁ ୮୨* ରନ୍‌ କରିଥିଲେ। କୋହଲିଙ୍କ ପାଳିରେ ୧୦ ଚୌକା ଓ ୧ ଛକା ସାମିଲ ଥିବାବେଳେ ଧାଓ୍ଵନ ଧୂଲେଇଥିଲେ ୨୦ ଚୌକା ଓ ୩ ଛକା। ଭାରତ ୨୮.୫ ଓଭରରେ ୧ ଓ୍ଵିକେଟ୍‌ ହରାଇ ୨୨୦ ରନ୍‌ ସଂଗ୍ରହ କରି ନେଇଥିଲା। ଶିଖର ଧାଓ୍ଵନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନିଜର ୧୩୨ ରନ୍‌ରୁ ସେ ୯୮ ରନ୍‌ ବାଉଣ୍ଡରିରୁ ପାଇବା ତାଙ୍କ ଆକ୍ରାମକ ରୂପର ଆଉ ଏକ ଛାପ ଛାଡ଼ିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button