ଖେଳ

ଆର୍ଚେରୀ ବିଶ୍ୱକପ ଫାଇନାଲରେ ଭାରତୀୟ ମହିଳା ଦଳ

ଆଓରି-ବ୍ୟୁରୋ(୨୦/୭) : ଏଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୪ର ଫାଇନାଲରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ପ୍ରବେଶ କରିଛନ୍ତି। ତ୍ରିଶା ଦେବ, ଜ୍ୟୋତି ସୁରେଖା ଭେନ୍ନାମ୍‌ ଓ ମୁସ୍କାନ କିରାରଙ୍କୁ ନେଇ ଗଠିତ ଭାରତୀୟ ଦଳ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ୨୩୧-୨୨୮ ପଏଣ୍ଟରେ ତୁର୍କୀକୁ ହରାଇ ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଶନିବାର ଭାରତ ଓ ଫ୍ରାନ୍ସ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ। ୫ମ ସିଡ୍‌ଭାବେ ଯୋଗ୍ୟତା ପାଇଥିବା ଭାରତୀୟ ଦଳ ଗ୍ରେଟ୍‌ ବ୍ରିଟେନକୁ ପ୍ରଥମ ରାଉଣ୍ଡରେ ୧ ପଏଣ୍ଟରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ଦ୍ୱିତୀୟ ରାଉଣ୍ଡରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଆମେରିକାକୁ ୨୩୨-୨୨୮ରେ ହରାଇଥିବା ଭାରତୀୟ ଦଳ ୩ ମାସ ମଧ୍ୟରେ ଦ୍ୱିତୀୟଥରପାଇଁ ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ମେ’ରେ ଅନୁଷ୍ଠିତ ଆଣ୍ଟାଲ୍ୟା ଲେଗ୍‌ ବିଶ୍ୱକପର ଫାଇନାଲରେ ଭାରତୀୟ ଦଳ ଚାଇନିଜ୍‌ ତାଇପେଠାରୁ ହାରି ରୌପ୍ୟ ପଦକ ହାସଲ କରିଥିଲା। ମିକ୍ସଡ ପେୟାର ଇଭେଣ୍ଟର ଉଭୟ କମ୍ପାଉଣ୍ଡ ଓ ରିକର୍ଭ ବିଭାଗରେ ଭାରତର ପଦକ ଆଶା ଉଜ୍ଜୀବିତ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button