ଜାତୀୟ

ହାଭାର୍ଡ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହେଲେ ଭାରତୀୟ ବଂଶୋଦ୍ଭବ ଶ୍ରୁତି ପାଲାନିଆପ୍ପାନ୍‍

ଆଓରି-ନୂଆଦିଲ୍ଲୀ(୨୧/୧୧) : ଭାରତୀୟ ବଂଶୋଦ୍ଭବ ଶ୍ରୁତି ପାଲାନିଆପ୍ପାନ୍‍ ପ୍ରସିଦ୍ଧ ହାଭାର୍ଡ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ସ୍ନାତକ ପରିଷଦ)ର ସଭାପତି ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ଛାତ୍ର ସଙ୍ଘର ଶିକ୍ଷା ବିଭାଗ ଅଧ୍ୟକ୍ଷ ଥିଲେ। ୨୦ବର୍ଷୀୟା ଶ୍ରୁତିଙ୍କ ସହଯୋଗୀ ପ୍ରାର୍ଥୀ ଜୁଲିଆ ହୁଏସା ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଅର୍ଣ୍ଣବ ଅଗ୍ରୱାଲଙ୍କୁ ହରାଇ ଉପସଭାପତି ନିର୍ବାଚିତ ହୋଇଛନ୍ତି। ‘ମେକ୍‍ ହାଭାର୍ଡ ହୋମ୍‍’ ସ୍ଲୋଗାନ୍‍ ଜରିଆରେ ଉଭୟ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୪୧.୫ ପ୍ରତିଶତ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଶ୍ରୁତି ୨୦୧୬ରେ ଫିଲାଡେଲଫିଆଠାରେ ଅନୁଷ୍ଠିତ ଡେମୋକ୍ରାଟିକ୍‍ ନ୍ୟାସନାଲ କନ୍‍ଭେନ୍‍ସନ୍‍ରେ ସର୍ବକନିଷ୍ଠ ପ୍ରତିନିଧି ଥିଲେ। ଶ୍ରୁତିଙ୍କ ବାପା ୧୯୯୨ରେ ଚେନ୍ନଇରୁ ଆମେରିକା ଯାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button