ଜାତୀୟ

ତୁଷାରପାତ ଯୋଗୁଁ ଫସି ରହିଥିବା ୨୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଭାରତୀୟ ସେନା

ଆଓରି-ନୂଆଦିଲ୍ଲୀ(୨୯/୧୨) : ସିକିମ ନାଥୁଲାରେ ଥିବା ଭାରତ-ଚାଇନା ସୀମାରେ ପ୍ରବଳ ତୁଷାରପାତ ଯୋଗୁଁ ଫସି ରହିଯାଇଥିବା ପ୍ରାୟ ୨୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା। ଏମାନଙ୍କୁ ଉଦ୍ଧାର ପରେ ସେନା ପକ୍ଷରୁ ରହିବା, ଖାଇବା ଓ ଗରମ ପୋଷାକ ଯୋଗାଇ ଦିଆଯାଇଥିବା କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ସୂଚନାଯୋଗ୍ୟ, ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାରେ ୩ଶହରୁ ୪ଶହ ଗାଡ଼ି ଅଟକି ଯାଇଥିଲା। ଆଉ ଏଥିରେ ଫସି ରହିଯାଇଥିଲେ ପ୍ରାୟ ଅଢେଇ ହଜାର ପର୍ଯ୍ୟଟକ। ଯେଉଁଥିରେ ଶିଶୁ ଓ ମହିଳା ମଧ୍ୟ ଥିଲେ। ଏ ସମ୍ପର୍କରେ ସୂଚନା ପାଇ ସେନା ପକ୍ଷରୁ ପର୍ଯ୍ୟଟକଙ୍କୁ ଉଦ୍ଦାର ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ସଫଳତାର ସହ ପର୍ଯ୍ୟଟକଙ୍କୁ ସେଠାରୁ ଉଦ୍ଧାର ମଧ୍ୟ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button