ଇଣ୍ଡିଆନ୍ ଆର୍ମିର ପାକ୍ ସେନାଙ୍କୁ କଡ଼ା ଯବାବ୍ ; ୨ଜଣ ପାକ୍ ଯବାନ ନିହତ
1 min read
ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ଇଣ୍ଡିଆନ୍ ଆର୍ମି ପାକ୍ ସେନାଙ୍କୁ କଡ଼ା ଯବାବ୍ ଦେଇ ଦୁଇ ସେନାଙ୍କୁ ନିଧନ କରିଛି । ହାଜୀପୀର ସେକ୍ଟରରେ ପାକିସ୍ତାନୀ ସେନା ସଙ୍ଘର୍ଷବିରାମ ଉଳ୍ଲଙ୍ଘନ କରିଥିଲା । ଏହି ସମୟରେ ପା୍କ୍ ତରଫରୁ ଜୋରଦାର ଆକ୍ରମଣ କରାଯାଇଥିଲା । ଏହାର କଡ଼ା ଯବାବ୍ ଦେଇଥିଲା ଭାରତୀୟ ସେନା । ଯାହାଦ୍ୱାରା ପାକିସ୍ତାନର ଦୁଇ ସୈନିକ ପ୍ରାଣ ହରାଇଥିଲେ । ଏହାପରେ ଧଳା ପତାକା ଦେଖାଇ ଶବ ନେଇଥିଲେ ପା୍କ୍ ସେନା ।
ସୂଚନାଅନୂଯାୟୀ, ଜମ୍ମୁ-କାଶ୍ମୀରର ହଜିପୁର ସେକ୍ଟରରେ ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତିର ଉଲଙ୍ଘନ କରୁଥିଲା । ପାକ୍ ସେନା ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା । ଏଥିରେ ୨ଜଣ ପାକ୍ ଯବାନ ନିହତ ହୋଇଥିଲେ ।