ଜାତୀୟ

ଭାରତୀୟ ସେନାର ଆଚରଣ ; ଭାରତୀୟ ସେନା ପାକିସ୍ତାନକୁ ପୁଣି ପଢ଼ାଇଲା ମାନବିକତାର ପାଠ

ଆଓରି-ନୂଆଦିଲ୍ଲୀ(୨୮/୬): ପୁଣି ପାକିସ୍ତାନକୁ ମାନବିକତାର ପାଠ ପଢ଼ାଇଛି ଭାରତୀୟ ସେନା। ପାକ୍‌ ଅଧିକୃତ କଶ୍କିର ନିକଟରେ ଥିବା ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ଜଣେ ୧୧ ବର୍ଷୀୟ ବାଳକକୁ ଗୁଳି ମାରିବା ପରିବର୍ତ୍ତେ ତାକୁ ଏକ ହଳ ନୂଆ ବସ୍ତ୍ର ସହ ହାତରେ ଏକ ମିଠା ପ୍ୟାକେଟ ଧରାଇ ତାକୁ ପାକିସ୍ତାନ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ଭାରତୀୟ ସେନା।

ପାକିସ୍ତାନର ମହମ୍ମଦ ଅବଦୁଲ୍ଲା ନାମକ ଜନୈକ ୧୧ ବର୍ଷୀୟ ବାଳକ ଗତ ୨୪ ତାରିଖ ଦିନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜମ୍ମୁ- କଶ୍ମିରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଦିଗ୍‌ଓ୍ଵାର ଅଞ୍ଚଳ ମଧ୍ୟକୁ ପଶି ଆସିଥିବା ବେଳେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜବାନମାନଙ୍କ ହାତରେ ଧରା ପଡ଼ିଥିଲା। ତେବେ, ଅବୋଧ ପାକିସ୍ତାନୀ ବାଳକଟି ଭୁଲ୍‌ କ୍ରମେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ଜାଣିବା ପରେ ବିଏସ୍‌ଏଫ୍‌ ଜବାନମାନେ ତା’ର କୌଣସି ପ୍ରକାର କ୍ଷତି କରିବା ବଦଳରେ ତାକୁ ନେଇ ଜମ୍ମୁ- କଶ୍ମିର ପୁଲିସ୍‌ର ଜିମା ଦେଇଥିଲେ। ଏଘଟଣା ଜାଣିବା ପରେ ଭାରତୀୟ ସେନାର ବରିଷ୍ଠ ସେନାର ଅଧିକାରୀମାନେ ଅବଦୁଲ୍ଲାକୁ ଜମ୍ମୁ- କଶ୍ମିର ପୁଲିସ୍‌ ନିକଟରୁ ଆଣି ତାକୁ ଏକ ହଳ ନୂଆ ପୋଷାକ ସହ ତା’ ହାତରେ ଏକ ମିଠା ପ୍ୟାକେଟ ଧରାଇ ତାକୁ ଗତ ବୁଧବାର ଦିନ ପାକିସ୍ତାନୀ ଅଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ଭାରତୀୟ ସେନାର ଜନୈକ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂପୂର୍ଣ୍ଣ ମାନବିକତାର ଆଧାରରେ ଓ ମାନବିକତା ଦୃଷ୍ଟିକୋଣରୁ ଭାରତୀୟ ସେନା ଏପ୍ରକାରର ଆଚରଣ ପ୍ରଦର୍ଶନ କରବା ସହ ଭାରତୀୟ ସେନା ଆଚରଣ ଓ ଉଚ୍ଚାରଣ ଭିନ୍ନ ଭିନ୍ନ ନୁହେଁ ବୋଲି ପାକିସ୍ତାନକୁ ଜଣାଇ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button