କାଶ୍ମୀରରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଭାରତୀୟ ସେନା
1 min read
ଆଓରି-ନୂଆଦିଲ୍ଲୀ(୦୪/୦୯) : ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଆଜି ସୂଚନା ଦେଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ କେଜେଏସ୍ ଧିଲୋନ୍ । ସେ କହିଛନ୍ତି ଏହି ଦୁଇ ଆତଙ୍କବାଦୀଙ୍କ ସମ୍ପର୍କ ଲସ୍କ-ଇ-ତୋଇବା ସଂଗଠନ ସହ ରହିଛି । କାଶ୍ମୀର ଉପତ୍ୟକାରୁ ଏହି ଦୁଇ ବେଆଇନ୍ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି ଭାରତୀୟ ସେନା । ତେବେ ଏହି ଦୁଇ ଜଣ କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି । ପାକିସ୍ତାନ ଏଭଳି କିଛି ଅନୁପ୍ରବେଶକାରୀଙ୍କ ଦ୍ୱାରା ଅଶାନ୍ତି କରିବାକୁ ଚେଷ୍ଟା କରୁଛି ।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଗତ ଅଗଷ୍ଟ ୬ରେ କାଶ୍ମୀରରେ କିଛି ଯୁବକଙ୍କ ପଥର ମାଡ଼ରେ ଜଣେ ସାଧାରଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ତାଙ୍କର ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଅସରାର ଅହମ୍ମଦ ଖାନ୍ । ଅସରାର ଅହମ୍ମଦଙ୍କୁ ମିଶାଇ ଗତ ୩୦ଦିନ ମଧ୍ୟ ୫ଜଣ ସାଧାରଣ ଲୋକଙ୍କ ଏଭଳି କାରଣ ପାଇଁ ମୃତ୍ୟୁ ହୋଇଛି ।