March 28, 2023

ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ ଗିରଫ କଲା ଭାରତୀୟ ସେନା

1 min read

ଆଓରି-ନୂଆଦିଲ୍ଲୀ(୧୦/୦୯) : ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରୁ ଭାରତୀୟ ସେନା ୮ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କୀ-ଏ-ତୋଇବା(ଏଲଇଟି)ର ବୋଲି ଜଣାପଡ଼ିଛି। ଏହି ଆତଙ୍କୀଙ୍କ ମଧ୍ୟରୁ ୭ ଜଣ ପାକିସ୍ତାନୀ ହୋଇଥିବାବେଳେ ଜଣେ ସ୍ଥାନୀୟ ଅଞ୍ଚଳର। ଏମାନେ ସମସ୍ତେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା ସହିତ ହତ୍ୟା କରୁଥିଲେ। ଏହା ସହିତ ସଂଗଠନର ପ୍ରଚାର ପ୍ରସାର କରାଉଥିଲେ।

ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି ଐଜାଜ୍‌ ମିର୍‌, ଓମାର ମିର୍‌, ତସିଫ ନାଜର, ଇମତିଆଜ ନାଜର, ଓମାର ଆକବର, ଫଇଜାନ ଲତିଫ, ଡାନିଶ ହବିବ୍‌ ଏବଂ ଶୋକାତ୍‌ ଅହମଦ ମିର୍‌। ଲୋକଙ୍କୁ ଭୟଭୀତ କରିବା ଲାଗି ସେମାନେ ପୋଷ୍ଟର ତିଆରି କରିବା ସହିତ ବିଭିନ୍ନ ସ୍ଥାନରେ ଏହାକୁ ଲଗାଉଥିଲେ। ସେମାନଙ୍କ ନିକଟରୁ ପୁଲିସ କେତେକ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ନିକଟରେ ସୋପୋର ଅଞ୍ଚଳରେ କେତେଜଣ ସ୍ଥାନୀୟ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଗିରଫ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ପୁଲିସ ତାହାର ତଦନ୍ତ କରୁଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.