ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ‘ବୀର ଚକ୍ର’
1 min read
ଆଓରି-ନୂଆଦିଲ୍ଲୀ(୨୦/୦୪) : ପାକିସ୍ତାନର ଏଫ-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡରଙ୍କୁ କିଏ ବା ଭୁଲିପାରିବ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଏବେ ଫିଟ୍ ହୋଇ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ସଜବାଜ ହେଲେଣି । ଏହାରି ଭିତରେ ଅଭିନନ୍ଦନଙ୍କୁ ନେଇ ପୁଣି ଏକ ଖୁସି ଖବର ସାମ୍ନାକୁ ଆସିଛି ।
ନିଜ ବୀରତ୍ୱ ପାଇଁ ପ୍ରତିଟି ଭାରତୀୟଙ୍କ ମନରେ ଘର କରିଥିବା ଅଭିନନ୍ଦନଙ୍କୁ ମିଳିବ ‘ବୀର ଚକ୍ର’ । ଯୁଦ୍ଧ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମିଳୁଥିବା ଆୱାର୍ଡ ମଧ୍ୟରେ ‘ବୀର ଚକ୍ର’ ତୃତୀୟରେ ଆସେ । ପରମବୀର ଚକ୍ର ଏବଂ ମହାବୀର ଚକ୍ର ପରେ ବୀର ଚକ୍ରର ସ୍ଥାନ ଆସେ । ତେବେ ଅଭିନନ୍ଦନଙ୍କୁ ବୀର ଚକ୍ର ମିଳିବା ପାଇଁ ଏୟାର ଫୋର୍ସ ସୁପାରିଶ କରିଥିବା ବେଳେ ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ ବ୍ୟବହାର ହୋଇଥିବା ମିରାଜ-୨୦୦୦ର ୧୨ ପାଇଲଟଙ୍କୁ ମଧ୍ୟ ପୁରଷ୍କୃତ କରାଯିବ ।
ଏହାରି ଭିତରେ ଅଭିନନ୍ଦନଙ୍କୁ ଆଇଏଏଫ କାଶ୍ମୀରକୁ ପଠାଇବା ପାଇଁ ପ୍ରସ୍ତୁତି କରିଛି । ପୂର୍ବରୁ ଅଭିନନ୍ଦନ ଶ୍ରୀନଗର ଏୟାର ବେସ୍ରେ ଅବସ୍ଥାପିତ ଥିଲେ । ତାଙ୍କୁ ପଶ୍ଚିମୀ ସେକ୍ଟରରେ କୌଣସି ଏକ ସ୍ଥାନରେ ତଥା ପାକିସ୍ତାନ ବର୍ଡରରେ ତାଙ୍କୁ ଅବସ୍ଥାପିତ କରିବ ଭାରତୀୟ ବାୟୁସେନା (ଆଇଏଏଫ୍) ।