ଭାରତୀୟ ବାୟୁସେନାକୁ ମିଳିଲା ସ୍ପାଇସ୍-୨୦୦୦ ବୋମା
1 min read
ଆଓରି-ନୂଆଦିଲ୍ଲୀ(୧୬/୦୯) : ବଡ କୋଠାବାଡି ଧ୍ବଂସ କରିବା ଲାଗି ଉଦ୍ଦିଷ୍ଟ ‘ସ୍ପାଇସ୍-୨୦୦୦’ ବୋମା ବାୟୁସେନାକୁ ମିଳିଛି। ଇସ୍ରାଏଲ କମ୍ପାନୀ ନିର୍ମିତ ଏହି ବୋମା ପ୍ରଥମ ପର୍ଯ୍ୟାୟରେ ଗ୍ବାଲିୟର ବାୟୁସେନା ଘାଟିରେ ପହଞ୍ଚିଥିବା ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ କହିଛି। ୨୫୦କୋଟି ଟଙ୍କା ବ୍ୟୟରେ ବାୟୁସେନା ଇସ୍ରାଏଲ କମ୍ପାନୀ ଠାରୁ ୧୦୦ରୁ ଅଧିକ ‘ସ୍ପାଇସ୍-୨୦୦୦’ କ୍ରୟ କରିବା ଲାଗି ବୁଝାମଣା କରିଛି। ଜରୁରୀକାଳୀନ ଭିତ୍ତିରେ ଏହି ବୋମା ଯୋଗାଇ ଦେବାକୁ ଚଳିତବର୍ଷ ଜୁନ୍ରେ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଫେବୃଆରୀରେ ଭାରତ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଶିବିର ଉପରେ ଏହି ବୋମା ପକାଇଥିଲା। ବୋମା ମାଡରେ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହେବା ସହ ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ। ଯୁଦ୍ଧବିମାନ ମିରେଜ-୨୦୦୦ ଏହି ବୋମା ନେଇ ନିକ୍ଷେପ କରିଥିଲା।