March 16, 2023

ଭାରତକୁ ସେପ୍ଟେମ୍ବର ୨୦ରେ ମିଳିବ ପ୍ରଥମ ରାଫେଲ ଯୁଦ୍ଧବିମାନ

1 min read
Indian Air Force to get Rafale jets in September-aajira-odisha

ଆଓରି-ନୂଆଦିଲ୍ଲୀ(୨୩/୦୮) : ସେପ୍ଟେମ୍ବର ୨୦ରେ ଭାରତକୁ ମିଳିବ ପ୍ରଥମ ରାଫେଲ ଯୁଦ୍ଧବିମାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିମାନବାହିନୀ ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବି.ଏସ୍‌ ଧାନୋଆ ଫ୍ରାନ୍ସର ଡାସଲ୍ଟ ଆଭିଏସନ୍‌ କର୍ତ୍ତୃପକ୍ଷଙ୍କଠାରୁ ଏହାକୁ ଗ୍ରହଣ କରିବେ। ଏହି ଉପଲକ୍ଷେ ସେମାନେ ରାଫେଲ କାରଖାନା ଥିବା ଫ୍ରାନ୍ସର ବୋର​ଡେକ୍ସ ଯିବେ ବୋଲି ସୂଚନା ମିଳିଛି।

ବିମାନ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ବୋରଡେକ୍ସ ଯିବେ। ଫ୍ରାନ୍ସଠାରୁ ୨୦୨୦ ସୁଦ୍ଧା ଭାରତ ୩୬ଟି ରାଫେଲ ବିମାନ ପାଇବାକୁ ରାଜିନାମା ହୋଇଛି ଏବଂ ଏଗୁଡ଼ିକ ୨୦୨୦ ମଇଠାରୁ ଭାରତରେ ପହଞ୍ଚିବା ଆରମ୍ଭ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଇତିମଧ୍ୟରେ ଭାରତର ୨୪ଜଣ ପାଇଲଟ ତିନି ପର୍ଯ୍ୟାୟରେ ଫ୍ରାନ୍ସ ବିମାନବାହିନୀ ଦ୍ଵାରା ରାଫେଲ ଚଳାଇବା ପାଇଁ ତାଲିମ ଗ୍ରହଣ କରିସାରିଛନ୍ତି। ଭାରତ ଆସିବା ପରେ ରାଫେଲ ଯୁଦ୍ଧବିମାନକୁ ହରିୟାଣାର ଆମ୍ବାଲା ଓ ପଶ୍ଚିମବଙ୍ଗର ହାସାମାରା ବିମାନଘାଟିରେ ମୁତୟନ କରାଯିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.