July 7, 2022

ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟର

1 min read
Apache-Helicopter-Aajira-Odisha

ଆଓରି-ନୂଆଦିଲ୍ଲୀ(୦୩/୦୯) : ମଙ୍ଗଳବାର ଭାରତୀୟ ବାୟୁସେନାରେ ଆମେରିକା ନିର୍ମିତ ୮ଟି ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟରକୁ ସାମିଲ କରାଯାଇଛି। ପଠାନକୋଟ ବାୟୁସେନା ଘାଟିରେ ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟରଗୁଡିକୁ ମୁତୟନ କରାଯାଇଛି। ଏହି ହେଲିକପ୍ଟର ସାମିଲ ହେବା ଫଳରେ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି ପାଇବା ସହ ଲକ୍ଷ୍ୟଭେଦ କରିବାରେ ସଠିକତା ନିରୂପଣ କରିବାର ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ଅବସରରେ ପଠାନକୋଟ ବାୟୁସେନା ଘାଟିରେ ଉପସ୍ଥିତ ଥିବା ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବି.ଏସ.ଧନୋଆ କହିଛନ୍ତି, ଏହି ହେଲିକପ୍ଟର ସାମିଲ ହେବା ଫଳରେ ବାୟୁସେନାକୁ ବିଶ୍ୱର ସବୁଠାରୁ ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ ଲଢୁଆ ହେଲିକପ୍ଟର ମିଳିପାରିଛି।

ଯୁଦ୍ଧ କ୍ଷେତ୍ରରେ ଏହି ବିମାନ ଏକ ଥରକେ ଅନେକଗୁଡ଼ିଏ କାର୍ଯ୍ୟ କରିପାରିବ। ଅନ୍ଧାରରେ ଉଡିପାରୁଥିବା ଏହି ବିମାନ ସଠିକ ଲକ୍ଷ୍ୟସ୍ଥଳ ଟାର୍ଗେଟ କରିବା ସହ ଆବଶ୍ୟକସ୍ଥଳେ ଶତ୍ରୁ ପକ୍ଷକୁ ଚକମା ଦେଇ ଫେରିଆସିପାରିବ। ୨୦୧୫ ସେପ୍ଟେମ୍ବରରେ ଏହି ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟର କିଣିବା ପାଇଁ ଆମେରିକାର ସରକାରୀ ବୋଇଙ୍ଗ ଲିମିଟେଡ଼ ସହ ଭାରତୀୟ ବାୟୁସେନା ବହୁକୋଟି ଟଙ୍କାର ଚୁକ୍ତି କରିଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.