ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଭାରତ
1 min read
ଆଓରି-ନୂଆଦିଲ୍ଲୀ(୦୯/୦୬) : ୨୦୧୯ କ୍ରିକେଟ ବିଶ୍ଵକପରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଓଭାଲରେ ଚାଲିଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ୨ୟ ଓଭର ଖେଳ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ ହରାଇ ୭ ରନ ସଂଗ୍ରହ କରିଛି। ବିଦେଶରେ ଅନୁଷ୍ଠିତ ବିଶ୍ଵକପରେ ଭାରତ ଅଷ୍ଟ୍ରେଲିଆଠାରୁ କେବେ ବିଜୟ ହାସଲ କରିନାହିଁ। ତେବେ ଟିମ୍ ଇଣ୍ଡିଆ ଭଲ ଫର୍ମରେ ଥିବାରୁ ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।