ଖେଳ

ଭାରତର ବିଜୟ ; ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ୍‌

ଆଓରି-ନୂଆଦିଲ୍ଲୀ(୦୬/୦୩) : ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକର ଦ୍ଵିତୀୟ ଦିନିକିଆ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କରିଛି । ପ୍ରଥମେ ବିରାଟ କୋହଲିଙ୍କ ଶତକ ଏବଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏହି ମ୍ୟାଚକୁ ନିଜ ନାମରେ କରିବାରେ ସଫଳ ହୋଇଛି । ଏହା ସହିତ ଦିନିକିଆରେ ଭାରତର ଏହା ହେଉଛି ୫୦୦ତମ ବିଜୟ। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି । କୋହଲିଙ୍କ ୧୧୬ ରନ ବଳରେ ଭାରତ ଦ୍ଵାରା ଧାର୍ଯ୍ୟ ୨୫୧ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୪୨ ରନରେ ଅଲଆଉଟ୍ ହୋଇଛି ।

ଅଷ୍ଟ୍ରେଲିଆ ପକ୍ଷରୁ ମାର୍କ୍ସ ଷ୍ଟୋଇନିନ୍ସ ସର୍ବାଧିକ ୫୨ ରନ ଓ ପିଟର ହ୍ୟାଣ୍ଡସ୍କମ୍ବ ୪୮ ରନର ପାଳି ଖେଳିଥିଲେ। ଖାସ୍ କରି ବିଜୟ ଶଙ୍କର ୪୬ ରନ ଏବଂ ଶେଷ ଓଭରରେ ୨ଟି ଓ୍ଵିକେଟ୍ ନେଇ ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି । ଶତକ ହାସଲକାରୀ ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ସିରିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୮ରେ ରାଞ୍ଚିରେ ଖେଳାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button