ଖେଳ

ଦିନିକିଆ ସିରିଜ୍‌କୁ ୩-୦ରେ କବଜା କଲା ଭାରତ

ଆଓରି-ନୂଆଦିଲ୍ଲୀ(୨୮/୦୧) : ନ୍ୟୁଜିଲାଣ୍ଡକୁ ତୃତୀୟ ଦିନିକିଆରେ ୭ ଓ୍ୱିକେଟ୍‌ରେ ହରାଇଲା ଭାରତ । ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଉଥିବା ଦିନିକିଆ ସିରିଜ୍‌କୁ ୩-୦ରେ କବଜା କରିଛି ଟିମ୍‌ ଇଣ୍ଡିଆ । ସିରିଜ୍‌ରେ ୫ଟି ଦିନିକିଆ ଖେଳିବାକୁ ଥିବା ବେଳେ ଲଗାତାର ୩ଟିରେ ବିଜୟ ହାସଲ କରିଛି ଭାରତ ।

ଏହି ଜିତ୍‌ ସହ ଭାରତ ସହ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ । ଦୀର୍ଘ ୧୦ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଭାରତ ଦିନିକିଆ ସିରିଜ୍‌ ତିତିଛି । ଏହାପୂର୍ବରୁ ଭାରତ ଧୋନିଙ୍କ ଅଧିନାୟିକତ୍ୱରେ ୨୦୦୯ରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୧ରେ କବଜା କରିଥିଲା । ଆଜିର ଏହି ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କାରିବାକୁ ନିଷ୍ପତ୍ତି ନେଇଥିଲା ।

୪୯ ଓଭରରେ ୨୪୩ ରନ୍‌ କରିବା ସହ ଅଲଆଉଟ୍‌ ହୋଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପକ୍ଷରୁ ରସ୍‌ ଟେଲର୍‌ ସର୍ବାଧିକ ୯୩ ରନ୍‌ କରିଥିଲେ । ସେହିପରି ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ଓ୍ୱିକେଟ୍‌, ହାର୍ଦ୍ଦିକ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଏବଂ ୟଜୁବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ । ୨୪୫ ରନ୍‌ ଲକ୍ଷ୍ୟ ସହ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ୪୩ ଓଭରରେ ୩ ଓ୍ୱିକେଟ୍‌ ହରାଇ ମ୍ୟାଚ୍‌କୁ ନିଜ ନାଁରେ କରିନେଲା ।

ରୋହିତ ଶର୍ମା ୬୨ ଏବଂ କ୍ୟାପ୍‌ଟେନ୍‌ ବିରାଟ କୋହଲି ୬୦ ରନ୍‌ର ପାଳି ଖେଳିଥିଲେ । ଦିନେଶ କାର୍ତ୍ତିକ ୩୮ ଏବଂ ଅମ୍ବାତି ରାଇଡୁ ୪୦ ରନ୍‌ କରିବା ସହ ନଟ୍‌ ଆଉଟ ରହିଛନ୍ତି । ଏହାସହ ଲଗାତାର ଦ୍ୱିତୀୟ ଓ୍ୱାନ୍‌ଡେରେ ଶାମି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି । ଭାରତ ରେକର୍ଡ କଲା ଏହାସହ ରେକର୍ଡ କଲେ ରୋହିତ ଶର୍ମା ।

ଏହି ମ୍ୟାଚ୍‌ରେ ରୋହିତ ୨ଟି ଛକା ୩ଟି ଚୌକା ବଳରେ ୭୭ ବଲରେ ୬୨ ରନ୍‌ କରିଥିଲେ । ଓ୍ୱାନ୍‌ଡେରେ ରୋହିତଙ୍କର ମୋଟ୍‌ ୨୧୫ଟି ଛକା ହୋଇଗଲା । କେବଳ ୧୯୯ ଦିନିକିଆରୁ ୨୧୫ଟି ଛକା ମାରି ଶୀର୍ଷ ଭାରତୀୟ ଭାବେ ରୋହିତ ଥିବା ବେଳେ ଧୋନି ୩୩୭ଟି ମ୍ୟାଚ୍‌ରେ ୨୧୫ଟି ଛକା ମାରି ଏହି ଲିଷ୍ଟରେ ଦ୍ୱିତୀୟରେ ଅଛନ୍ତି ଧୋନି ।

Related Articles

Leave a Reply

Your email address will not be published. Required fields are marked *

Back to top button