ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ; ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଉଭୟ ଦଳ
1 min read
ଆଓରି-ନୂଆଦିଲ୍ଲୀ(୧୩/୦୬) : ଗୁରୁବାର ଚଳିତ ବିଶ୍ଵକପ୍ର ୧୮ଶ ମ୍ୟାଚ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଅଦ୍ୟାବଧି ୧୦ଟି ଦଳଙ୍କ ମଧ୍ୟରେ କେବଳ ଭାରତ ଓ ନ୍ୟୁଜିଲାଣ୍ଡ କୌଣସି ମ୍ୟାଚ୍ ହାରିନାହାନ୍ତି। ତେଣୁ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଉଭୟ ଦଳ ରହିଛନ୍ତି।
ତେବେ ଉଭୟ ଦଳଙ୍କ ମଧ୍ୟରେ ଫରକ ହେଉଛି ଯେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ୩ ଦୁର୍ବଳ ଦଳ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍ଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ହେଲେ ଦୁଇ ଶକ୍ତିଶାଳୀ ଦଳ ତଥା ଦୁଇ ଟାଇଟଲ ଫେଭରିଟ୍ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଛି। ଏହି ବିଶ୍ଵକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ୍ର ଦିନିକିଆ ସିରିଜ୍ ଖେଳା ଯାଇଥିଲା। ଏହି ସିରିଜ୍କୁ ଭାରତ ୪-୧େରେ ଜିତି ନେଇଥିଲା। ତେଣୁ ଗୁରୁବାର ହେବାକୁ ଥିବା ବିଶ୍ଵକପ୍ ମ୍ୟାଚ୍ରେ ମଧ୍ୟ ଭାରତ ଫେଭରିଟ୍। ତେବେ ଭାରତୀୟ ଦଳକୁ ୨ଟି ଦିଗ ପ୍ରତି ଯତ୍ନବାନ ରହିବାକୁ ପଡ଼ିବ।
ଶିଖର ଧାୱନ ଆହତ ହେବା ଏବଂ ବର୍ଷାର ଆଶଙ୍କା। ଏହା ସତ ଯେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ପେସ୍ ଆକ୍ରମଣ ରୋହିତ ଶର୍ମା ଓ କେ.ଏଲ୍. ରାହୁଲଙ୍କ ନୂତନ ଓପ୍ନିଂ ଯୋଡ଼ିଙ୍କ ଜୀବନ ଦୁର୍ବିସହ କରିଦେବେ। ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳର ରେକର୍ଡ ଭଲ। କେନ୍ ୱିଲିୟମ୍ସନଙ୍କ ଦଳ କ୍ରମାଗତ ୪ର୍ଥ ବିଜୟ ହାସଲକରି ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚାହିଁବ ନିଶ୍ଚୟ।