April 19, 2024

୨୫ ବର୍ଷ ମଧ୍ୟରେ ଭାରତ ହେବ ବିଶ୍ଵଶକ୍ତିର ମୁଖ୍ୟ ସୂତ୍ରଧର : ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ସମ୍ମାନୀୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ OPEC ଦେଶ ମାନଙ୍କରୁ ଆସିଥିବା ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରି ସୂଚନା ଦେଇଥିଲେ ଯେ ଭାରତ ଆଗାମୀ ୨୫ ବର୍ଷ ଭିତରେ ବିଶ୍ଵ ଶକ୍ତି ର ମୁଖ୍ୟ ସୂତ୍ରଧର ହେବ |

ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଊର୍ଜା ଶକ୍ତି କୁ ଆଖି ଆଗରେ ରଖି ଭାରତ ପାଇଁ ୪ ଗୋଟି ସ୍ତମ୍ଭ ସାମିଲ କରିଛନ୍ତି  ଉର୍ଜ୍ଜା ସୁରକ୍ଷା, ଊର୍ଜା ଦକ୍ଷତା, ଉର୍ଜ୍ଜା ସ୍ଥିର, ଉର୍ଜ୍ଜା ପହଞ୍ଚ|  ତୈଳ ଓ ଗ୍ୟାସ ଦିଗରେ ବୈଷୟିକ ବ୍ୟବସାୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି ଯେ ଆନ୍ତର୍ଯାତୀକ କ୍ଷେତ୍ରରେ କଞ୍ଚାତେଲର ଦର ବୃଦ୍ଧି ନିର୍ଦ୍ଧିଷ୍ଟ ସୀମାରୁ ବହୁତ ଉପରକୁ ଚାଲିଯାଇଥିବାରୁ ବିକାଶଶୀଳ ଦେଶର ଅର୍ଥବ୍ୟବସ୍ଥା ର ବହୁ ଅସୁବିଧା ସୃଷ୍ଟି ହୋଇଛି | ଭାରତ ବିଶ୍ଵ ଶକ୍ତିର ଏକ ଅଗ୍ରଣୀ ଉପୋଭୋକ୍ତା ହେବା ସହ ବିଶ୍ଵଶକ୍ତିର ନବୀକରଣ , ବୈକଳ୍ପିକ ଇନ୍ଧନ ଓ ଜଳବାୟୁ ପରିବର୍ତ୍ତନ ଉପରେ ଆମେ ଶକ୍ତିର ଭୂମିକା ଗ୍ରହଣ କରିପାରିବୁ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.