ପାଇଲଟକୁ ସକୁଶଳେ ଛାଡିବା ପାଇଁ ପାକ୍କୁ କଡା ଚେତାବନୀ ଦେଲା ଭାରତ
1 min read
ଆଓରି-ନୂଆଦିଲ୍ଲୀ(୨୮/୦୨) : ଦୁଇଦେଶ ମଧ୍ୟରେ ଉତ୍ତେଜନା କମିଲେ ପାକ୍ ପାଇଲଟ ଫେରିବା ପାଇଁ ଚିନ୍ତା କରିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରୋଶୀ କହିଛନ୍ତି । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ସେପଟେ ଏହି ସମସ୍ୟାର ସମାଧାନ ପାଇଁ ତୃତୀୟ ପକ୍ଷର ଆବଶ୍ୟକତା ନଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆମେରିକା ପ୍ରଥମରୁ ଭାରତ ସହ ଥିବା ବେଳେ ଚୀନରନୀତି ସ୍ପଷ୍ଟ ହୋଇନି । ସୂତ୍ର ଅନୁସାରେ ଜାତିସଂଘର ସମସ୍ତ ସଦସ୍ୟ ଓ ପି୪ ସଦସ୍ୟ ଭାରତକୁ ସମର୍ଥନ ଜଣାଇଛନ୍ତି ।
ସେପଟେ ପାଇଲଟକୁ ସକୁଶଳେ ଛାଡିବା ପାଇଁ ଭାରତ ପାକ୍କୁ ଚେତାବନୀ ଦେଇଛନ୍ତି । ଯଦି ପାଇଲଟକୁ କିଛି ହୁଏ ତେବେ ଭାରତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କଡା ଚେତାବନୀ ଦେଇଛି । ପାଇଲଟ ଜଣଙ୍କ ହେଉଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବଂ ତାଙ୍କ ସର୍ଭିସ ନମ୍ବର ହେଉଛି ୨୭୯୮୧ । ୩୫ ବର୍ଷୀୟ କମାଣ୍ଡର ଅଭିନନ୍ଦନ ଚେନ୍ନାଇ ନିକଟସ୍ଥ ସେଲାପୁର ଅଞ୍ଚଳର ବସିନ୍ଧା । ୨୦୦୪ ମସିହାରେ ସେ ବାୟୁସେନାରେ ଫ୍ଲାଇଙ୍ଗ ଅଫିସର ଭାବରେ ନିଯୁକ୍ତି ହୋଇଥିଲେ ।