ଭାରତ ଉପକ୍ଷେପଣ କଲା ଏମିସାଟ୍ ସାଟେଲାଇଟ୍ ଏବଂ ୨୮ ବିଦେଶୀ ଉପଗ୍ରହ
1 min read
ଆଓରି-ନୂଆଦିଲ୍ଲୀ(୦୧/୦୪) : ପୁଣି ମହାକାଶରେ ଇତିହାସ ରଚିଲା ଭାରତ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଇସ୍ରୋ ପକ୍ଷରୁ ଅତ୍ୟାଧୁନିକ ଏମିସାଟ୍ ସାଟେଲାଇଟ୍ ଉତ୍ପକ୍ଷେପଣ କରାଯାଇଛି । ଶତ୍ରୁପକ୍ଷର ରାଡାର ଉପରେ ଏହି ଏମିସାଟ୍ ନଜର ରଖିବ । ଏହି ଏମିସାଟ୍କୁ ପିଏସ୍ଏଲ୍ଭି-ସି୪୫ ରେ ଉପକ୍ଷେପଣ କରାଯାଇଛି । ଏମିସେଟ୍ ସହିତ ୨୮ ବିଦେଶୀ ଉପଗ୍ରହ ଉତ୍କ୍ଷେପଣ କରାଯାଇଛି । ପୃଥ୍ୱୀର ୩ଟି କକ୍ଷରେ ଉପଗ୍ରହ ସ୍ଥାପିତ କରାଯାଇଛି ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ୪ ପର୍ଯ୍ୟାୟ ଯୁକ୍ତ ପିଏସ୍ଏଲ୍ଭି-ସି୪୫ ଶ୍ରୀହରୀକୋଟାର ମହାକାଶ କେନ୍ଦ୍ରର ୨ୟ ଲଞ୍ଜିଂ ପ୍ୟାଡ୍ରୁ ସୋମବାର ପୂର୍ବାହ୍ଣ ୯ଟା ୨୭ରେ ଉତ୍କ୍ଷେପଣ କରାଯାଇଛି ।