ଜାତୀୟ

ବନ୍ୟା କ୍ଷୟକ୍ଷତି ନିମନ୍ତେ ବୈଦେଶିକ ସାହାଯ୍ୟ ଗ୍ରହଣ କରିବ ନାହିଁ ଭାରତ

ଆଓରି-ନୂଆଦିଲ୍ଲୀ(୨୨/୮) : କେରଳ ବନ୍ୟା ପରିସ୍ଥିତି ନିମନ୍ତେ ଭାରତ ବିଦେଶୀ ସରକାରମାନେ ଯାଚୁଥିବା ବଦାନ୍ୟ ସହାୟତା ଗ୍ରହଣ କରିବ ନାହିଁ। କେରଳରେ ରିଲିଫ୍‌, ପୁନଃଥଇଥାନ ଏବଂ ପୁର୍ନଗଠନ ନିମନ୍ତେ ୟୁଏଇ, କତାର୍‌ ଏବଂ ମାଳଦ୍ୱୀପ ପ୍ରଭୃତି ସାହାଯ୍ୟ ଦେବାକୁ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ, ଏକ ଉଚ୍ଚସ୍ତରୀୟ ସୂତ୍ରରୁ ଖବର ମିଳିଛି ଯେ ସାହାଯ୍ୟ ପ୍ରଦାନକାରୀଙ୍କ ପ୍ରତି ଭାରତ ଅତି କୃତଜ୍ଞ, କିନ୍ତୁ, ଭାରତ ନିଜ ସମ୍ବଳରେ କେରଳକୁ ପୁଣି ଥରେ ଗଢ଼ିବ। ଭାରତ ଥ୍ୟାଙ୍କ୍‌ ୟୁ କହିବା କଥା, କିନ୍ତୁ ଅଭ୍ୟନ୍ତରୀଣ ସମ୍ବଳ ଜୁଟାଇ ହେଉଥିବାରୁ ନୋ, ଥ୍ୟାଙ୍କ୍‌ ୟୁ କହିବ। ଏହାର ଅର୍ଥ ନୁହେଁ ଯେ, ବିଶ୍ୱବ୍ୟାପୀ ବସବାସ କରୁଥିବା କେରଳୀ ବଂଶୋଦ୍ଭବଙ୍କ ବ୍ୟକ୍ତିଗତ ସହାୟତା ରାଶିକୁ ଭାରତ ଗ୍ରହଣ କରିବ ନାହିଁ।

ୟୁଏଇର ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ରଶିଦ ଅଲ୍‌ ମକ୍‌ତୌମ୍‌ ପ୍ରାୟ ୭୦୦ କୋଟି ଟଙ୍କା କେରଳ ପାଇଁ ଯାଚିଛନ୍ତି। ଏହାକୁ ଦୁବାଇ ଓ କେରଳ ମଧ୍ୟରେ ଥିବା ସମ୍ପର୍କ ଏବଂ ୟୁଏଇ ଓ ଭାରତ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଦୃଷ୍ଟିରେ ଦେଖା ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ଦୁବାଇର ଶାସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେରଳର ମୁଖ୍ୟମନ୍ତ୍ରୀ ବିଜୟନ୍‌ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। କତାର୍‌ ପ୍ରାୟ ୩୫ କୋଟି ଟଙ୍କା ସହାୟତା ଯାଚିଥିବା ବେଳେ ମାଳଦ୍ୱୀପ ୫୦ ହଜାର ଆମେରିକୀୟ ଡଲାଇ ଦେବାକୁ ଘୋଷଣା କରିଛି। ସହାୟତା ପାଇଁ କଂଗ୍ରେସ ସାଂସଦ ମଧ୍ୟ ଜାତିସଂଘ ଦ୍ୱାରରେ ହାଜର ହୋଇଛନ୍ତି। କିନ୍ତୁ, ଭାରତ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମଗା ଯାଇନାହିଁ। ୨୦୧୩ରେ ଉତ୍ତରାଖଣ୍ଡ ବନ୍ୟା ସମୟରେ ମଧ୍ୟ ଉପା ସରକାର ବିନୟ ସହକାରେ ବିଦେଶୀ ସାହାଯ୍ୟ ଅସ୍ୱୀକାର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button