ଜାତୀୟ

ତୈଳ ଏବଂ ଗ୍ୟାସ୍‌ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ହବ୍ ପାଲଟିବାକୁ ଯାଉଛି ; ଧର୍ମେନ୍ଦ୍ର ପ୍ରଧାନ

 ଆଓରି-ନୂଆଦିଲ୍ଲୀ(୧୨/୦୨) : ଆଗାମୀ ଦିନରେ ତୈଳ ଏବଂ ଗ୍ୟାସ୍‌ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ହବ୍ ପାଲଟିବାକୁ ଯାଉଛି । ତୈଳ ଏବଂ ଗ୍ୟାସ୍‌ କ୍ଷେତ୍ରରେ ଦେଶ ଏବେ ଅନେକ କିଛି ହାସଲ କରିଛି । ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ଅବଦାନ ରହିଛି ବୋଲି ପେଟ୍ରୋଟେକ୍ ୨୦୧୯ ଉଦ୍‌ଯାପନୀ ଦିବସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।Dharmendra-Pradhan-In-Petro-Conclave-Aajira-Odisha

ଏହି ସମ୍ମିଳନୀ ନୂଆ ବ୍ୟବସାୟୀକ କ୍ଷେତ୍ରରେ ସହଯୋଗୀ ହେବ ଏବଂ ଯୁବବର୍ଗଙ୍କୁ ରୋଜଗାର ପାଇଁ ମଧ୍ୟ ନୂଆ ସୁଯୋଗ ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଉର୍ଜା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଏତେ ମାତ୍ରାରେ ପୂର୍ବରୁ କେବେ ଦେଖାଯାଇନଥିଲା । ଚଳିତବର୍ଷ ପେଟ୍ରୋଟେକ୍ ସମ୍ମିଳନୀରେ ପ୍ରତିନିଧିଙ୍କ ସଂଖ୍ୟା ମଧ୍ୟ ବଢିଥିବା ସେ କହିଛନ୍ତି । ତିନିଦିନ ବ୍ୟାପି ଏହି ସମ୍ମିଳନୀରେ ଅନେକ ବୈଷୟିକ ବିଷୟ ଉପରେ ଆଲୋଚନା କରାଯିବା ସହ ଇନୋଭେସନ୍, ଟେକ୍ନୋଲୋଜି ଇତ୍ୟାଦି ଏ ସବୁ ବିଷୟ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା ଥିଲା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଧ ଭାବେ ପେଟ୍ରୋଟେକ୍ ୨୦୧୯ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଦେଶର ବିକାଶ କେମିତି ହୋଇପାରିବ ସେ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ହାଇଡ୍ରୋକାର୍ବନ ନୁହେଁ, ଅନ୍ୟାନ୍ୟ ଉର୍ଜାକୁ କେମିତି ବ୍ୟବହାର କରି ହେବ, ତାହାକୁ ସମ୍ମିଳନୀ ମାଧ୍ୟମରେ ଆଲୋଚନା କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button