ଖେଳ

୧୩୭ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବିଜୟୀ

ଆଓରି-ନୂଆଦିଲ୍ଲୀ(୩୦/୧୨) : ତୃତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ହରାଇ ଭାରତ ବିଜୟ ହାସଲ କରିଛି । ଏହାସହ ଭାରତ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି । ୪୦ ବର୍ଷ ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ।

ଏହାପୂର୍ବରୁ ୧୯୭୭-୭୮ରେ ହୋଇଥିବା ସିରିଜ୍‌ରେ ୨-୧ରେ ଆଗୁଆ ଥିଲା । କିନ୍ତୁ ପରେ ଭାରତ ୨-୩ରେ ପରାଜୟ ବରଣ କରିଥିଲା । ଭାରତ ପାଇଁ ଜସପ୍ରୀତ୍‌ ବୁମ୍‌ରା ୯ଟି ଓ୍ୱିକେଟ ନେଇଥିଲେ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ୭ ଓ୍ୱିକେଟ ବିନିମୟରେ ୪୪୩ ରନ୍‌ କରି ପ୍ରଥମ ପାଳି ଘୋଷଣା କରିଥିଲା ଭାରତ ।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୫୧ ରନରେ ସୀମିତ ରହିଯାଇଥିଲା । କିନ୍ତୁ ଭାରତ ଅଷ୍ଟ୍ରେଲିଆକୁ ଫଲୋଅନ୍‌ ନଦେଇ ପୁଣିଥରେ ବ୍ୟାଟିଂର ନିଷ୍ପତ୍ତି ନେଲା । ଭାରତ ୮ ଓ୍ୱିକେଟ୍‌ରେ ୧୦୬ ରନ କରି ଦ୍ୱିତୀୟ ପାଳି ଘୋଷଣା କରିଦେଲା । ଅଷ୍ଟ୍ରେଲିଆ ୩୯୯ ରନ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା । କେବଳ ୨୬୧ ରନ୍‌ କରି ସମସ୍ତ ଖେଳାଳି ପାଭିଲିୟନ ଫେରିଯାଇଥିଲେ ।

ଭାରତ ମେଲବର୍ଣ୍ଣରେ ୩୭ ବର୍ଷ ୧୦ ମାସପରେ ବିଜୟ ହାସଲ କଲା । ଶେଷଥର ପାଇଁ ଭାରତ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆକୁ ୧୧ ଫେବୃଆରୀ ୧୯୮୧ରେ ହରାଇଥିଲା । ଏବେର ଖେଳାଳି ସେତେବେଳେ ଜନ୍ମ ହୋଇ ନଥିଲେ । ଭାରତ ସେହି ଟେଷ୍ଟ ୫୯ ରନ୍‌ରେ ଜିତିଥିଲା । ତାପର ଠାରୁ ଏହି ଗ୍ରାଉଣ୍ଡରେ ଭାରତ ୮ ଟେଷ୍ଟ ଖେଳିସାରିଛି । ଯେଉଁଥିରୁ ୫ଟି ଟେଷ୍ଟ ହାରିଛି ଭାରତ ଏବଂ ୩ଟି ଡ୍ର ରହିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button