ଆନ୍ତର୍ଜାତୀୟ

ଜାତିସଂଘର ୬ଟି ନିର୍ବାଚନରେ ଭାରତର ବିଜୟ

ଆଓରି(ତା୧୮|୪)-  

ଜାତିସଂଘ ଅର୍ଥନୀତି ଏବଂ ସାମାଜିକ ପରିଷଦ (ଇକୋସୋକ)ର ୬ଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଭାରତ ବିଜୟଲାଭ କରିଛି। ଏହି ନିର୍ବାଚନଗୁଡିକ ମଧ୍ୟରୁ ୫ଟିରେ ଭାରତ ଅପ୍ରତିଦ୍ୱନ୍ଦ୍ୱୀଭାବେ ନିର୍ବାଚିତ ହୋଇଛି। ଏହାଦ୍ୱାରା ଜାତିସଂଘର ୪ଟି କାର୍ଯ୍ୟନିବାହୀ ବୋର୍ଡ, ତିନୋଟି ଆୟୋଗ ଏବଂ ଏକ କମିଟିରେ ଭାରତ ନିଜର ସ୍ଥାନ ମଜବୁତ କରିପାରିଛି। ଅଣସରକାରୀ ସଂସ୍ଥା କମିଟି ପାଇଁ ଅନୁଷ୍ଠିତ ନିର୍ବାଚନରେ ଭାରତକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା। ଏଥିରେ ବିପୁଳ ଭୋଟ ସହିତ ଭାରତ ବିଜୟୀ ହୋଇଛି। ଭାରତକୁ ସର୍ବାଧିକ ୪୬% ଭୋଟ ମିଳିଥିବା ବେଳେ ପାକିସ୍ତାନକୁ ୪୩% ଏବଂ ଚୀନ୍‌କୁ ୩୯% ଭୋଟ ମିଳିଛି। ଫଳରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ଇକୋସୋକ ଦ୍ୱାରା ଅନୁଷ୍ଠିତ ସମସ୍ତ ୬ଟି ନିର୍ବାଚନରେ ଭାରତ ବିଜୟୀ ହେବାର ଗୌରବ ଲାଭ କରିଛି। ଜାତିସଂଘରେ ନିଯୁକ୍ତ ଭାରତର ସ୍ଥାୟୀ ପ୍ରତିନିଧି ସୟିଦ ଆକବରୁଦ୍ଦିନ କହିଛନ୍ତି, ଜାତିସଂଘ ସଦସ୍ୟ ରାଷ୍ଟ୍ରଗୁଡିକର ଭାରତ ପ୍ରତି ବିପୁଳ ସମର୍ଥନ ରହିଥିବା ଏହି ନିବାଚନ ଫଳାଫଳରୁ ପ୍ରତୀତ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button