ଜାତୀୟ

ତେଜିବାରେ ଲାଗିଛି ଶାବରୀମାଳା ମନ୍ଦିର ପ୍ରବେଶ ବିବାଦ

ଆଓରି-ନୂଆଦିଲ୍ଲୀ(୧୯/୧୧) : ଶାବରୀମାଳା ମନ୍ଦିରରେ ୧୦ ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶକୁ ନେଇ ଉପୁଜିଥିବା ବିବାଦ କ୍ରମଶଃ ତେଜିବାରେ ଲାଗିଛି। ସବୁ ବର୍ଗର ମହିଳାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିବା ବେଳେ କେତେକ ସଂଗଠନ ଓ ଭକ୍ତଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ବିକ୍ଷୋଭକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଭକ୍ତମହଲରେ ଅସନ୍ତୋଷ ଆହୁରି ଦାନା ବାନ୍ଧୁଛି। ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତ ରବିବାର ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ରାତି ଅଧରେ କେରଳର ବିଭିନ୍ନ ସ୍ଥାନରୁ ପ୍ରାୟ ୭୦ ଜଣଙ୍କୁ ପୁଲିସ ଗିରଫ କରିଛି।

ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ପିନାରାଇ୍‍ ବିଜୟନ୍‍ଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାପରେ ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ସେହିପରି କୋଚି, କୋଝିକୋଡ, ମଲାପୁରମ୍‍, ଆରାନମୁଲା,କୋଲାମ୍‍, ଆଲାପୁଝା, ରାତି, ଥୋଡୁପୁଝା, କୋଲାଡି ଓ ଇଡୁକିରୁ ମଧ୍ୟ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ମନ୍ଦିରର ପରିସରରୁ ପୁଲିସ ଫୋର୍ସ ହଟାଇବା, ମନ୍ଦିରର ପରିସରରେ ରାତ୍ରୀ ଯାପନ କଟକଣାକୁ ହଟାଇବା ଓ ବିକ୍ଷୋଭକାରୀଙ୍କ ଉପରେ ପୁଲିସ ଲଗାଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button