ଏଏନ-୩୨ବିମାନ ଦୁର୍ଘଟଣାରେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ସମେତ ୧୩ ଜଣ ମୃତ
1 min read
ଆଓରି-ନୂଆଦିଲ୍ଲୀ(୧୩/୦୬) : ସାରା ଦେଶବାସୀଙ୍କ ପାଇଁ ଏକ ଦୁଃଖଦ ଖବର । ନିଖୋଜ ବାୟୁସେନା ବିମାନ ଏଏନ-୩୨ ସମସ୍ତ ଯାତ୍ରୀ ମୃତ ବୋଲି ଘୋଷଣା କରିଛି ଭାରତୀୟ ବାୟୁସେନା । ଗତ ୩ତାରିଖରୁ ନିଖୋଜ ବାୟୁସେନା ବିମାନ ଏଏନ-୩୨ରେ ମୋଟ ୧୩ଜଣ ଯାତ୍ରୀ ଥିଲେ । କେହିମଧ୍ୟ ଆଉ ଜୀବିତ ନାହାନ୍ତି ବୋଲି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି । ଦୂର୍ଘଟଣାସ୍ଥଳକୁ ଏଆଇଏଫର ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚିଛି ।
ଗତ ୩ ତାରିଖରେ ନିଖୋଜ ହୋଇଥିବା ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ବାୟୁସେନାର ସ୍ଵତନ୍ତ୍ର ବିମାନ। ଗତ ମଙ୍ଗଳବାର ସିୟୋମି ଜିଲାର ପାୟୁମ ରିଜିଅନ ଅନ୍ତର୍ଗତ ଗାଟେର ୧୨ରୁ ୧୫ କିଲୋମିଟର ପଶ୍ଚିମ ଏବଂ ଲିପୋର ୧୬ କିଲୋମିଟର ଉତ୍ତରରେ ଅବସ୍ଥିତ ଏକ ସ୍ଥାନରୁ ବିମାନର ଭଗ୍ନାଂଶ ଠାବ ହୋଇଥିଲା। ଏହା ପରେ ବାୟୁସେନା ପକ୍ଷରୁ ଦୁର୍ଘଟଣାସ୍ଥଳର ପତ୍ତା ଲଗାଇବାକୁ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଦୁର୍ଘଟଣାସ୍ଥଳ ଠାବ ହେବା ପରେ ବିମାନରେ ଥିବା ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ସମେତ ୧୩ ଜଣ ସଦସ୍ୟ ପ୍ରାଣ ହରାଇଥିବା ବାୟୁସେନା ପକ୍ଷରୁ ଘୋଷଣା କରାଯାଇଛି। ସର୍ଚ୍ଚ ଅପରେଶନରେ ଏମଆଇ-୧୭ ଏବଂ ସେନାର ଏଏଲଏଚ ହେଲିକପ୍ଟର ସାମିଲ ହୋଇଥିଲା।