ରାଜ୍ୟ

ଭୁବନେଶ୍ୱର ଠାରେ ଇଏଲଆଇଟି କେନ୍ଦ୍ର ଉଦଘାଟିତ

ଆଓରି-ନୂଆଦିଲ୍ଲୀ(୪/୮) : କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ସପ୍ଟୱାର ଟେକନୋଲୋଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ) ପକ୍ଷରୁ ଏକ ନୂତନ କେନ୍ଦ୍ର ‘ଇଏଲଆଇଟିଇ’ ଭୁବନେଶ୍ୱରର ଗୋଠପାଟଣା ଠାରେ ପ୍ରତିଷ୍ଠା ହୋଇଯାଇଛି। ଏହାକୁ କେନ୍ଦ୍ର ଆଇଟି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ବୈଷୟିକ ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଜଟଣୀ ବିଧାୟକ ଭାଗୀରଥି ବଡଜେନା, ଏସଟିପିଆଇର ମହାନିର୍ଦ୍ଦେଶକ ଡଃ ଓମକାର ରାୟ, ବରିଷ୍ଠ ନିର୍ଦ୍ଦେଶକ ଦେବେଶ ତ୍ୟାଗୀ, ନିର୍ଦେଶକ ମାନସ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ଏସଟିପିଆଇ ଅଂଶୀଦାର ମାନଙ୍କ ସହ ସୁସମ୍ପର୍କ ରକ୍ଷା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଭାରତରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏକ ନିର୍ଭରଯୋଗ୍ୟ କେନ୍ଦ୍ର ହୋଇପାରିଛି। ସମଗ୍ର ଭାରତରେ ଏହାର ୫୮ଟି କେନ୍ଦ୍ର କାର୍ଯ୍ୟକ୍ରମ ହୋଇଛି। କେବଳ ଓଡିଶାରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ତିନୋଟି ପୂର୍ଣ୍ଣ କାର୍ଯ୍ୟକ୍ଷମ କେନ୍ଦ୍ର ରହିଛି। ଆଗାମୀ ଦିନରେ ବାଲେଶ୍ୱର, ଅନୁଗୁଳ, ଯାଜପୁର, କୋରାପୁଟ ଓ ସମ୍ବଲପୁରରେ ଆଉ ପାଞ୍ଚଟି କେନ୍ଦ୍ର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏସଟିପିଆଇ ଭୁବନେଶ୍ୱର ବ୍ଲୁ ଚିପ ଆଇଟି କମ୍ପାନୀ ମାନଙ୍କୁ ଆକୃଷ୍ଟ କରିବା ସହ ୨୦୧୬-୧୮ରେ ୩ ଲକ୍ଷ ୮୦୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହା ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏସଟିପିଆଇ ଉଦ୍ୟମ ହେତୁ ଓଡିଶାର ଆର୍ଥିକ ଅଭିବୃଦ୍ଧି ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button