May 19, 2024

ପରିବର୍ଧିତ ହେଲା ସାରସ୍ଵତ ପାଠାଗାର

1 min read

ଆଓରି(ତା୨୦|୪)- ସଦଗୁରୁ ସ୍ଵାମୀ ନିଗମାନନ୍ଦଙ୍କ ପ୍ରତିଷ୍ଠିତ “ନୀଳାଚଳ ସାରସ୍ଵତ ସଂଘ”ର ଭୁବନେଶ୍ଵର କାର୍ଜ୍ୟାଳୟ ସତଶିକ୍ଷା ମନ୍ଦିରଠାରେ  ନୂତନ ଭାବରେ ନିର୍ମିତ ପରିବର୍ଧିତ ପାଠାଗାର  ଗତ ୧୭ ତାରିଖ ଦିନ ଉଦଘାଟିତ ହୋଇଯାଇଛି | ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଏହାକୁ ଉଦଘାଟନ କରିଥିବାବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ,ମେୟର ଅନନ୍ତ ନାରାୟଣ ଜେନା , ପରିଚାଳନା ସମିତି ସଦସ୍ୟ ସନ୍ତୋଷ ମହାନ୍ତି , ସ୍ଥାନୀୟ କର୍ପୋରେଟ ଦେବାଶିଷ ସିଟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ୧୯୮୦ ମସିହାରୁ ଗଢି ଉଠିଥିବା ଏହି ପାଠାଗାରରେ ବିଭିନ ଧର୍ମର ଗ୍ରନ୍ଥାବଳି ଓ ପତ୍ରିକା ସ୍ଥାନ ପାଇଛି | ବେଦ ଠାରୁ ଆରମ୍ଭ କରି ହିନ୍ଦୁମାନଙ୍କର ସମସ୍ତ ଧର୍ମଗ୍ରନ୍ଥ ସମେତ କୋରାନ ଓ ବାଇବେଲ ଆଦି ଧର୍ମଗ୍ରନ୍ଥ ମଧ୍ୟ ଏଠାରେ ଉପଲବ୍ଧ | ପୂର୍ବରୁ ପାଠାଗାରରେ ୬୫୧ ଟି ପୁସ୍ତକ ଥିବାବେଳେ ଏହା ବଢି ୪୦୮୨ ରେ ପହଞ୍ଚିଛି  | ଏହି ଅବସରରେ ଆୟୋଜିତ ସଭାରେ ସଂଘର ସଭାପତି ସଂଗ୍ରାମ କେସରୀ ସିନା ସଭାପତିତ୍ଵ କରିଥିବାବେଳେ ସଂଗ୍ରାମ କେସରୀ ମଲ୍ଲିକ ପରିଚାଳନା କରିଥିଲେ |  ଶେଷରେ ସଂଘର ଉପସଭାପତି ଶରତ ଚନ୍ଦ୍ର ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ  | 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.