ରାଜ୍ୟ

ଶୁଭାରମ୍ଭ ହେଲା ‘ପରୀ ଏକ୍ସପ୍ରେସ’

ଆ.ଓ.ରି(ତା୨୮|୫)- ଶିଶୁ ନିର୍ଯାତନା ବିରୋଧରେ ଜନସଚେତନତା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଆଜିଠୁ ଆରମ୍ଭ ହେଲା ‘ପରୀ ଏକ୍ସପ୍ରେସ’। ୟୁନିସେଫ୍‌ର ସହାୟତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବୁଲିବ ‘ପରୀ ଏକ୍ସପ୍ରେସ’।

ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପତାକା ଦେଖାଇ ଏହି ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଏକ୍ସପ୍ରେସ ୧୫ ଦିନ ଧରି ରାଜ୍ୟର ୩୦ଟି ଜିଲ୍ଲାକୁ ଯିବ। ଏଥିରେ ଏକ ଏଲ୍‌ସିଡି ସ୍କ୍ରିନ୍ ଲାଗିଛି। ଏହି ସ୍କ୍ରିନ୍ ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯିବା ସହ ଶିଶୁଙ୍କୁ ନିର୍ଯାତନା ଦେଲେ କିଭଳି ଦଣ୍ଡ ମିଳିବ, ସେ ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button