କିସ୍ରେ ଉତ୍କଳମଣି ଗୋପବନ୍ଧୁ ଦାସ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା
1 min read
ଆଓରି-ଭୁବନେଶ୍ୱର(୧୩/୭) : କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ(କିସ୍) ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୩ରେ ଉତ୍କଳମଣି ଗୋପବନ୍ଧୁ ଦାସ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି। କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ, ମୁଖ୍ୟବକ୍ତା ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ସମ୍ମାନନୀୟ ଅତିଥି ଭାବେ ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ପଣ୍ଡିତ ପ୍ରବୋଧ ମିଶ୍ର, ‘ସମାଜ’ର କାର୍ଯ୍ୟକାରୀ ପରିଚାଳକ ପ୍ରିୟବ୍ରତ ମହାନ୍ତି, ’ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ’ସମାଜ’ର ମୁଖ୍ୟ ଉପଦେଷ୍ଟା ତଥା ପୋର୍ଟାଲ୍ ମୁଖ୍ୟ ମହେଶ ଶର୍ମା, ’ସମାଜ’ର ଓଡ଼ିଶା ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।