December 7, 2023

ଯାଜପୁର: ତେନ୍ତୁଲିଖୁଣ୍ଟା ଗାଁ’ରେ ଇନ୍ଦିରା ଆବାସ ଦୁର୍ନୀତି; ପାଇଁ ଭିଜିଲାନ୍‌ସ୍‌ ଟିମ୍‌

1 min read

ଆଓରି-ଯାଜପୁର(୦୭/୦୬): କୋରେଇ ବ୍ଲକ୍‌ ଅଞ୍ଚଳର ତାହାରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲିଖୁଣ୍ଟା ଗାଁ’ରେ ହୋଇଥିବା ଇନ୍ଦିରା ଆବାସ ଦୁର୍ନୀତିର ତଦନ୍ତ କରିବା ଲାଗି ଶୁକ୍ରବାର ସକାଳେ ଭିଜିଲାନ୍‌ସ୍‌ ଟିମ୍‌ ପହଞ୍ଚିଛନ୍ତି।

ସରକାରୀ କାଗଜପତ୍ରରେ ହିତାଧିକାରୀଙ୍କ ନାମରେ ଇନ୍ଦିରା ଆବାସ ମଞ୍ଜୁର ହୋଇ ଟଙ୍କା ଉଠାଯାଇଥିଲେ ମଧ୍ୟ ତାହା ହିତାଧିକାରୀଙ୍କୁ ମିଳିନାହିଁ। ଫଳରେ ସେମାନେ ଘରତୋଳି ପାରି ନାହାନ୍ତି।

ଦୀର୍ଘ ଦିନ ହେବ ଏ ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ କରାଯିବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ପଞ୍ଚାୟତରେ ଶତାଧିକ ଇନ୍ଦିରା ଆବାସ ମଞ୍ଜୁର କରାଯାଇ ସେ ବାବଦ ଟଙ୍କା ହଡ଼ପ ହୋଇଥିବା କଥା କୁହାଯାଉଛି। କେବଳ ତେନ୍ତୁଳିଖୁଣ୍ଟା ଗ୍ରାମରେ ପ୍ରାୟ ୧୧ଟି ଇନ୍ଦିରା ଆବାସ ମଞ୍ଜୁର ହୋଇଥିଲା। ସେଥିରୁ କେତେକ ହିତାଧିକାରୀଙ୍କୁ ସେ ବାବଦରେ ପ୍ରଥମ କିସ୍ତି ଟଙ୍କା ଏବଂ ଅନ୍ୟ କେତେକ ହିତାଧିକାରୀଙ୍କୁ ଆଦୌ ଟଙ୍କା ମିଳି ନ ଥିବାରୁ ସେମାନେ ଘର ତୋଳି ପାରି ନାହାନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.