ଜାତୀୟ

ଇତିହାସରେ ପ୍ରଥମ ଥର ପାଇଁ କୁମ୍ଭରେ ହେବ ରାଜ୍ୟ କ୍ୟାବିନେଟ ବୈଠକ

ଆଓରି-ନୂଆଦିଲ୍ଲୀ(୨୯/୦୧) : ଇତିହାସରେ ପ୍ରଥମ ଥର ପାଇଁ କୁମ୍ଭରେ ହେବ ରାଜ୍ୟ କ୍ୟାବିନେଟ ବୈଠକ । ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ ରାଜ୍ୟର କ୍ୟାବିନେଟ ବୈଠକ ମଙ୍ଗଳବାର ବିଶ୍ୱର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳା ‘ପ୍ରୟାଗରାଜ କୁମ୍ଭମେଳା’ରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ କେବେ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ସହାସ କରିନଥିଲେ । ଏହି ବୈଠକ ପାଇଁ ସେମାବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । କୁହାଯାଉଛି ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ କୁମ୍ଭ ମେଳା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହୋପାରିଛି । ପୂର୍ବରୁ ଯେଉଁଭଳି ଆୟୋଜନ କରାଯାଉଥିଲା ତା’ଠାରୁ ଅନେକ ଗୁଣରେ ଅଧିକ ସୁବ୍ୟବସ୍ଥିତ ଢଙ୍ଗରେ କୁମ୍ଭମେଳା ଚାଲିଛି । ଏଥିପାଇଁ ଉତ୍ତରପ୍ରଦେଶବାସୀଙ୍କ ସମେତ ସେଠାକୁ ବୁଡ଼ ପକାଇବା ପାଇଁ ଆସୁଥିବା ସବୁ ଶ୍ରଦ୍ଧାଳୁ ଯୋଗୀଙ୍କୁ ଧନ୍ୟ ଧନ୍ୟ କହିବା ସହ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ।

ତେବେ ଏହି କ୍ୟାବିନେଟ୍‌ ବୈଠକରେ ଗ୍ରାମାଞ୍ଚଳ ଲୋକ, ଚାଷୀଙ୍କୁ ଦୃଷ୍ଟିରେ ରଖି ବଜେଟ୍‌ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ କ୍ୟାବିନେଟରେ ରାମ ମନ୍ଦିର ମାମଲା ଉପରେ ସୁପ୍ରିମକୋର୍ଟଙ୍କଠାରୁ ଶୀଘ୍ର ଶୁଣାଣୀ ଅନୁରୋଧ ପ୍ରସ୍ତାବ ପାସ୍‌ କରାଯାଇପାରେ ।

ନିର୍ବାଚନ ବର୍ଷରେ ଜାରି ରହିଥିବା କୁମ୍ଭମେଳାରେ ଯୋଗୀ ସରକାର ପ୍ରୟାଗରାଜ ଠାରେ କ୍ୟାବିନେଟ ବୈଠକର ଆୟୋଜନ କରୁଛନ୍ତି । ପ୍ରୟାଗରାଜଠାରେ ଏବେ ଧର୍ମ ସଂସଦ ଚାଲିଛି, ଯାହାକି ବୁଧବାର ଶେଷ ହେବ । ଧର୍ମ ସଂସଦର ମୂଳ ଲକ୍ଷ୍ୟ ହେଉଛି ରାମ ମନ୍ଦିର ନିର୍ମାଣ ଉପରେ ଆଲୋଚନା କରିବା । ଏଥିରେ ଦେଶ ବିଦେଶରୁ ପ୍ରତିନିଧି ଯୋଗ ଦେଇଛନ୍ତି । ପ୍ରୟାଗରାଜ କୂଳରେ ମଙ୍ଗଳବାର ଆୟୋଜିତ କ୍ୟାବିନେଟ ବୈଠକରେ ଆସ୍ଥା ଓ ରାଷ୍ଟ୍ରବାଦର ସଙ୍ଗମ ହେବ । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାରଙ୍କ ୨୨ କ୍ୟାବିନେଟ୍‌ ମନ୍ତ୍ରୀ ଦର୍ଶନ, ପୂଜନ ସହିତ କୁମ୍ଭରେ ବୁଡ଼ ପକାଇବେ । ସେହିଭଳି ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଆଧାରିତ ଫିଲ୍ମ ‘ଉରି’ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି । ବୈଠକ ମେଳା ପରିସରରେ ନିର୍ମିତ ଇଣ୍ଟ୍ରିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସମେତ କ୍ୟାବିନେଟ ଅକ୍ଷୟବଟ୍ଟ, ସରସ୍ୱତୀ କୂପ ଏବଂ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button