ପୁଣି ଦିନକରେ ୨ ଲକ୍ଷ ପାର କଲା ନୂଆ ମାମଲା, ୪,୧୭୨ ସଂକ୍ରମିତଙ୍କ ମୃତ୍ୟୁ
1 min read
ଆଓରି-ନୂଆଦିଲ୍ଲୀ(୨୬/୦୫) :ବର୍ତ୍ତମାନ ଭାରତରେ କୋରୋନା ଭୂତାଣୁ ମାମଲା ରେ ସାମାନ୍ୟ ହ୍ରାସ ଘଟିଛି । କୋରୋନାର ନୂଆ ମାମଲାରେ ହ୍ରାସ ଘଟିବା ସହ ସଂକ୍ରମଣ ହାରରେ କମି ଦେଖାଦେଇଛି, କିନ୍ତୁ ମୃତ୍ୟୁ ସଂଖ୍ୟା ଏବେବି ଡରାଉଛି । ଭାରତରେ ଗୋଟିଏ ଦିନରେ କୋରୋନା ଭୂତାଣୁର ନୂଆ ମାମଲା ୨,୦୮,୯୨୧ ଆସିଯାଇଛି, କିନ୍ତୁ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ପାଖାପାଖି ରହିଛି । ବୁଧବାର ଅର୍ଥାତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୭୨ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି, ଯାହା ମଙ୍ଗଳବାରର ଆକଳନଠାରୁ ଅଧିକ । ମଙ୍ଗଳବାର ଦେଶରେ ୩,୪୯୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ।