May 19, 2024

ତୁଲସୀ ର ଉପକାରିତା

1 min read

ଆଓରି(ତା୨୬|୪)- 

ହିନ୍ଦୁ ପରମ୍ପରା ମୁତାବକ ତୁଳସୀକୁ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଇ ପ୍ରତି ଘରେ ଘରେ ଦେବୀ ଭାବରେ ପୂଜା କରାଯାଇଥାଏ ।  କୁହାଯାଏ କି, ଯେଉଁ ଘରମାନଙ୍କରେ ତୁଳସୀ ବୃକ୍ଷ ଲଗାଯାଇଥାଏ ସେଠାରେ ସ୍ୱୟଂ ଭଗବାନ ବାସ କରିଥାନ୍ତି । ଖାଲି ସେତିକି ନୁହେଁ, ତୁଳସୀ ଏଭଳି ଏକ ବନସ୍ପତି ଅଟେ ଯାହା ହିନ୍ଦୁ ସଂପ୍ରଦାୟରେ ବହୁତ ମହତ୍ୱପୂର୍ଣ୍ଣ ଔଷଧ ରୂପରେ ପ୍ରୟୋଗ କରାଯାଇଥାଏ । ତେବେ ତୁଳସୀ ଯେ କେବଳ ଆମର ଆସ୍ଥାର ପ୍ରତୀକ ହୋଇଥାଏ ତାହା ନୁହେଁ ଏହି ବୃକ୍ଷଟିରେ ଭରି ରହିଥିବା ଔଷଧିୟ ଗୁଣ କାରଣରୁ ଆୟୁର୍ବେଦରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ।

  • ଲିଭର ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀକୁ ବ୍ୟବହାର କରି ପାରିବେ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ପାଖାପାଖି ୧୦-୧୨ଟି ତୁଳସୀ ପତ୍ରକୁ ଗରମ ପାଣିରେ ଧୋଇ ଖାଆନ୍ତୁ । ଦେଖିବେ ଏହା ଦ୍ୱାରା ଆପଣ ନିଶ୍ଚୟ ଉପକାର ଲାଭ କରିବେ ।
  • ତୁଳସୀକୁ ଆପଣ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇବା ପାଇଁ ବ୍ୟବହାର କରିପାରିବେ । ଗୋଟେ ଚାମଚ ତୁଳସୀ ରସକୁ ପାଣିରେ ମିଶାଇ ତାକୁ ଫୁଟାଇ ତା’ର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆଉ ପେଟରେ ଯନ୍ତ୍ରଣା ହେବାକ୍ଷଣି ଏହି ପେଷ୍ଟକୁ ନାଭି ଓ ପେଟରେ ଲେପନ କରନ୍ତୁ । ଏହା କରିବାଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।

ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କୁ ବିଭିନ୍ନ ସଂକ୍ରମିତ ରୋଗ ବା ଜ୍ୱରର ଶିକାର ହେବାକୁ ପଡିଥାଏ । ଯେତେ ଯାହା ଔଷଧ ଦେଲେ ମଧ୍ୟ ଭଲ ହୋଇ ନଥାଏ । ତେଣୁ ଏଥିପାଇଁ ତୁଳସୀ ଏକ ସରଳ ଓ ଉପକାରୀ ଔଷଧ ଭାବରେ କାମ କରିଥାଏ । ୨ କପ ପାଣିରେ ଏକ ଚାମଚ ତୁଳସୀ ପତ୍ର ଗୁଣ୍ଡ ଓ ଏକ ଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ତାହାକୁ ଭଲଭାବରେ ଫୁଟାଇ ତାର କାଢା ପ୍ରସ୍ତୁତ କରନ୍ତୁ । ଆଉ ଦିନକୁ ୨-୩ ଥର ଏହି କାଢାକୁ ପିଇବାକୁ ଦିଅନ୍ତୁ । ଯଦିଓ ଏହା ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏହା ଦେହ ପାଇଁ ଅତ୍ୟନ୍ତ ଉପକାରୀ ଅଟେ ।

  • ତୁଳସୀକୁ ସାଧାରଣତଃ କାଶ ଓ କଫ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସିରଫ୍ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ତୁଳସୀ ପତ୍ର କଫ ସଫା କରିବାରେ ସହାୟକ ହୋଇଥାଏ । ତେବେ ଏହାକୁ ଅଦା ସହ ମିଶାଇ କିଛି ସମୟ ବ୍ୟବଧାନ ରଖି ଚୋବାଇ ଚୋବାଇ ଖାଆନ୍ତୁ । ଯାହା ଥଣ୍ଡା ସମୟରେ ଭଲ ଔଷଧ ଭାବରେ କାମ କରିଥାଏ ।
  • ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆପଣ ତୁଳସୀର ବ୍ୟବହାର କରିପାରିବେ । ଏଥିପାଇଁ ପାଖାପାଖି ୧୦-୧୫ଟି ତୁଳସୀ ପତ୍ର କ୍ଷୀରରେ ଫୁଟାଇ ସେବନ କରନ୍ତୁ ।
  • ମୁହଁରେ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ତଥା ବ୍ରଣ, ଦାଗ ଆଦିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରର ରସକୁ ପ୍ରଭାବିତ ସ୍ଥାନରେ ପ୍ରୟୋଗ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଏହି ସମସ।।ରୁ ମୁକ୍ତି ପାଇପାରିବେ ।
  • ମୁଖ ଦୁର୍ଗନ୍ଧରୁ ନିସ୍ତାର ପାଇବା ପାଇଁ ତୁଳସୀର ଶୁଖିଲା ପତ୍ର ସହ କିଛି ମାତ୍ରାରେ ଶୋରିଷ ତେଲ ମିଶାଇ ଦାନ୍ତ ଘସିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
  • ସାଧାରଣତଃ ମୁଣ୍ଡ ବିନ୍ଧା ପ୍ରାୟ ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳଥାଏ ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀରେ ପ୍ରସ୍ତୁତ କାଢା ସେବନ କରିବା ଦ୍ୱାରା ଏହା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.