ସ୍ୱାସ୍ଥ୍ୟ

ପସାରୁଣୀ ଗଛର ଔଷଧୀୟ ବ୍ୟବହାର

ଆ.ଓ.ରି(ତା୨୪|୫)-

ଏହା ଏକ ଲତାଜାତୀୟ ଉଦ୍ଭିଦ। ଦୁର୍ଗନ୍ଧଯୁକ୍ତ କିନ୍ତୁ ଅତି ଉପକାରୀ ଲତାଟିଏ। ପତ୍ର ଗୁଡିକ ଧଳାଙ୍କୁ ପତ୍ରର ଅନୁରୂପ। ପତ୍ରର ଶିରାରେ ଅଳ୍ପ ରକ୍ତବର୍ଣ୍ଣର ତେଜ ଦେଖାଯାଏ। କେଉଁ କେଉଁ ଜାଗାରେ ଏହାର ପତ୍ର ପାଣ୍ଡୁରିଆ ଦିଶିଥାଏ।

ଏହା କଷାୟ ମିଶ୍ରିତ, ତିକ୍ତରସ, ଉଷ୍ଣବୀର୍ଯ୍ୟ, ସାରକ, ଗୁରୁପାକ, ବଳକାରୀ, କ୍ଷୀରଶୋଧକ, ଭଗ୍ନ ସଂଯୋଜକ, ଶୁକ୍ରବର୍ଧକ, କଫ, ବାତ, ଅର୍ଶ, ଶୋଥ, ପିତ୍ତ, ରିକ୍ତଦୃଷ୍ଟି, ବାତରକ୍ତ, ଅମ୍ଳପିତ୍ତ, କଣ୍ଡୁ, କୁଷ୍ଠ ଓ ବେଦନା ନାଶକ ଅଟେ।

ଏହାର ସର୍ବାଙ୍ଗ, ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ। ଏହାର ପତ୍ରକୁ ବାଟି ପିଆଇଦେଲେ ଗାଈ ଭଲ ଦୁଧ ଦିଏ ବୋଲି କୁହାଯାଏ। ଗ୍ରହଣୀ, ଅତିସାର ଓ ରକ୍ତାତିସାର ଆଦି ରୋଗରେ ଏହାର ପ୍ରୟୋଗ କରାଯାଏ। ଦେହର ଦୁର୍ବଳତା ବିନାଶ କରିବାପାଇଁ, ପିଲାଙ୍କ ପେଟରୁ କୃମି ଦୂର କରିବାପାଇଁ ତଥା ବୟସ୍କ ବ୍ୟକ୍ତିଙ୍କର ବାତ ଦୂର କରିବାପାଇଁ ଏହାର ପ୍ରୟୋଗ କରାଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button