ସ୍ୱାସ୍ଥ୍ୟ

ଖରାଦିନେ ଲେମ୍ବୁ ପାଣିର ଉପକାରିତା

ଆଓରି(୨୭|୪)- 

ଖରା ଦିନେ ଗ୍ଲାସେ ଲେମ୍ବୁ ପାଣି ପିଇଦେଲେ ମନ ଶାନ୍ତି ହୋଇଯାଏ। ପେଟକୁ ତ ଏହା ଥଣ୍ଡା, ଅନ୍ୟପକ୍ଷରେ ଏହାର ଅନେକ ଉପକାରୀ ଗୁଣ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିୟମିତ ଲେମ୍ବୁ ପାଣି ପିଇଲେ ତାହା ଶରୀରରେ ଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରିଦିଏ। ପାଚନକ୍ରିୟାଜନିତ ସମସ୍ୟା ନେଇ ଆପଣ ଚିନ୍ତିତ କି ? ବାସ୍‌, ପ୍ରତିଦିନ ଗ୍ଲାସେ ଲେମ୍ବୁ ପାଣି ପିଅନ୍ତୁ, ଏହା କେତେ ଉପକାରୀ ସାବ୍ୟସ୍ତ ହେଉଛି ବଳେ ଜାଣିପାରିବେ। ଭିଟାମିନ୍‌-ସି’ର ପ୍ରମୁଖ ଉତ୍ସ ହେଉଛି ଲେମ୍ବୁ ପାଣି। ଏହି ପାଣି ନିୟମିତ ପିଇଲେ ତାହା ଶରୀରରେ ଭିଟାମିନ୍‌-ସି’ ଅଭାବକୁ ପୂରଣ କରିଥାଏ। ଆଣ୍ଠୁଗଣ୍ଠି ଦରଜ ଆଜିକାଲି ଅନେକଙ୍କ ପାଇଁ ଏକ ସମସ୍ୟା ଭାବରେ ଉଭା ହୋଇଛି। ଏହାର ଉପଚାର ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଉଥିବେ। ଯଦି ଆପଣ ନିୟମିତ ଲେମ୍ବୁ ପାଣି ପିଅନ୍ତି ତେବେ ଏଭଳି ଯନ୍ତ୍ରଣାରୁ କେତେକାଂଶରେ ଉପଶମ ମିଳିବ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସଦ୍ୟ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ବିଶେଷଭାବରେ ସକାଳୁ ଗ୍ଲାସେ ଲେମ୍ବୁ ପାଣି ପିଇଲେ ତାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button