ସ୍ୱାସ୍ଥ୍ୟ

ଶରୀର ପାଇଁ ବରଫର ଆବଶ୍ୟକତା

ବରଫକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ। ମୁଖ୍ୟତଃ କୌଣସି ଖାଦ୍ୟ ବା ପାନୀୟକୁ ଥଣ୍ଡା କରିବା ପାଇଁ ଆମେ ସେଥିରେ ବରଫ ପକାଇଥାଉ। ବରଫ ଆମର ଆହୁରି ଅନେକ କାମରେ ଆସିଥାଏ। ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି।

  • ଛୋଟ ପିଲା ହୁଅନ୍ତୁ ଅବା ବଡ଼ ଲୋକ ସମସ୍ତେ ପିତା ଔଷଧ ଖାଇବାକୁ ନାରାଜ ହୋଇଥା’ନ୍ତି। ଯଦି ଔଷଧ ପିତା ଯୋଗୁଁ ଖାଉ ନାହାନ୍ତି। ତାହାଲେ ପାଟିରେ ଗୋଟିଏ ବରଫ ଖଣ୍ଡ ରଖିଲା ପରେ ଔଷଧ ଖାଆନ୍ତୁ। ଔଷଧ ପିତା ଲାଗିବ ନାହିଁ।
  •  ହାତ କିମ୍ବା ଗୋଡ଼ ମୋଡ଼ି ହୋଇଯାଇଥିଲେ, ସେହି ସ୍ଥାନରେ ବରଫକୁ କିଛି ସମୟ ଘଷନ୍ତୁ। ଏପରି କରିବା ଦ୍ୱାରା ଯନ୍ତ୍ରଣା ଲାଘବ ହୋଇଥାଏ।
  • ବହୁ ଲୋକଙ୍କର ଖାଦ୍ୟ ହଜମ ନ ହେବାର ସମସ୍ୟା ଦେଖା ଦେଇଥାଏ। ଯଦି ଅଧିକ ଖାଇଦେଇଛନ୍ତି ଓ ତାପରେ ଖାଦ୍ୟ ସଠିକଭାବେ ହଜମ ହେଉନାହିଁ ତାହାଲେ ଖାଇବା ପରେ ଗୋଟିଏ ବରଫ ଖଣ୍ଡ ଖାଆନ୍ତୁ। ଖାଦ୍ୟ ଶୀଘ୍ର ହଜମ ହୋଇଯିବ।
  • ଯଦି ଶୀଘ୍ର କୌଣସି ସ୍ଥାନକୁ ଯିବାର ଅଛି ଓ ମେକ୍ଅପ୍ ନେବାକୁ ସମୟ ନାହିଁ। ତାହେଲେ ଗୋଟିଏ ବରଫ ଖଣ୍ଡକୁ ଏକ କପଡ଼ାରେ ଗୁଡ଼ାଇ ମୁହଁରେ ଲଗାଇଲେ ତ୍ୱଚା ଉଜ୍ୱଳ ଦେଖାଯିବ।
  • ମୁଣ୍ଡ ବିନ୍ଧୁଥିଲେ ମୁଣ୍ଡରେ ବରଫ ରଖନ୍ତୁ। ଏହା ଦ୍ୱାରା ମୁଣ୍ଡ ବିନ୍ଧା କମ୍ ହୋଇଯିବ।
  • ଶରୀରର କୌଣସି ସ୍ଥାନରୁ ଖଣ୍ଡିଆ ହୋଇ ରକ୍ତ ବାହାରୁଥାଏ। ତାହାଲେ ସେହି ସ୍ଥାନରେ ବରଫ ଲଗାନ୍ତୁ। ରକ୍ତ ବହିବା କମି ଯିବ।
  • ଯଦି ଆପଣଙ୍କ ନାକରୁ ରକ୍ତ ବାହାରୁଛି। ତାହାଲେ ନାକ ଉପରେ ଗୋଟିଏ ବରଫ ଖଣ୍ଡ ରଖନ୍ତୁ। ରକ୍ତ ପଡିବା ବନ୍ଦ ହୋଇଯିବ।
  •  ଆପଣଙ୍କର ବାନ୍ତି ସମସ୍ୟା ରହିଛି, ତାହାଲେ ଗୋଟିଏ ଖଣ୍ଡ ବରଫକୁ ପାଟିରେ ରଖି ଧିରେ ଧିରେ ଖାଆନ୍ତୁ। ଏହା ଦ୍ୱାରା ବାନ୍ତି ହେବନାହିଁ।
  • ଅନେକ ଲୋକଙ୍କର ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଫାଟିବା ସହ ଦରଜ ହୋଇ ଚାଲିବାରେ ମଧ୍ୟ କଷ୍ଟ ହୋଇଥାଏ। ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ହେଲେ ଗୋଇଠିରେ ବରଫ ଲଗାନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।

Related Articles

Leave a Reply

Your email address will not be published. Required fields are marked *

Back to top button