ଶ୍ରୀମଦଭଗବଦଗୀତା ର ପ୍ରାଧାନ୍ୟ
1 min readଆଓରି(ତା୨୧|୪)- ହିନ୍ଦୁଶାସ୍ତ୍ରରେ ଶ୍ରୀମଦଭାଗବଦ ଗୀତା ନିଜ ଗୌରବରେ କି ହିନ୍ଦୁ କି ଅହିନ୍ଦୁ -ସର୍ବଧର୍ମାବଲମ୍ବୀ ଜନଗଣଙ୍କର ଆଦରଣୀୟ ହୋଇ ରହିଛି | ହିନ୍ଦୁ ଗୃହରେ ଗୀତପାଠ ନିତ୍ୟନୈମିତ୍ତିକ କ୍ରିୟା ମଧ୍ୟରେ ପରିଗଣିତ | ଏକମାତ୍ର ଗୀତା ଉପରେ ନିର୍ଭର କରିପାରିଲେ ଅନ୍ୟକୌଣସି ଧର୍ମଶାସ୍ତ୍ର ପାଠକରିବା ଆବଶ୍ୟକ ପଡେନାହିଁ | ଗୋଟିଏ ଜୀବନରେ କେହି ସମସ୍ତ ଶାସ୍ତ୍ର ପାଠକାରି ସେଷ କରିପାରନ୍ତି ନାହିଁ | ତେଣୁ ଗୀତା ପାଠ ସମସ୍ତଙ୍କ ପାଇଁ ଉପଯୁକ୍ତ ଅଟେ | ଶ୍ରୀମଦଭାଗବଦ ଗୀତା ମହାଭାରତର “ଭୀଷ୍ମ ପର୍ବ” ର ଅନ୍ତର୍ଗତ | ବୃହତ ହୀରକ ଖଣ୍ଡ ଯେପରି ଶୁଭ୍ର ମୁକ୍ତାମାଳର ସୋଭା ବଢାଇ ଥାଏ ସେହିପରି ଭଗବଦଗୀତା ମହାଭାରତର ସୋଭା ପରିବର୍ଦ୍ଧନ କରୁଛି | “ଗୀତା “ ସମସ୍ତ ଶାସ୍ତ୍ର ର ସାରଭୂତ ଏବଂ ଧର୍ମଜ୍ଞାନର ଏକମାତ୍ର ଶେଷ ଶିକ୍ଷା ସ୍ଥଳ | ଆଜିକାଲିର ସାହେବମାନେ ମଧ୍ୟ ଆଦରର ସହ ଗୀତା ପାଠ କରୁଛନ୍ତି | କେତେଜଣ ସାହେବ ଓ ଆମ ଦେଶବାସୀ ଗୀତାର ଇଂରାଜୀ ଅନୁନାଦ ମଧ୍ୟ ବାହାର କରିଛନ୍ତି |
ମହାଯୋଗୀ ଜ୍ଞାନମୟ ମହାଦେବ କହିଛନ୍ତି ,” ଅହଂ ବେଦ୍ମି ସୁକୋବେତ୍ତି ବ୍ୟସୋ ବେତ୍ତି ନ ବେତ୍ତି ବା |
ଶ୍ରୀଧର ସକଳ ବେତ୍ତି ଶ୍ରୀ ନୃସିଙ୍ଘ ପ୍ରସାଦତ୍ତ ||”
ଅର୍ଥାତ , ଏହି ଗୀତାର ପ୍ରକୃତ ଅର୍ଥ ମହେଶ୍ଵର ,ସୁକଦେବ ଏବଂ ଶ୍ରୀଧର ସ୍ଵାମୀ ଅବଗତ ଅଛନ୍ତି |
ଯେଉନମାନଙ୍କର ଶାସ୍ତ୍ର ପାଠରେ ଅଧିକାର ଅର୍ଜିତ ହୋଇନାହିଁ ,ସେମାନେ ନାନା ଶାସ୍ତ୍ର ଆଲୋଚନାପୂର୍ବକ ଶାସ୍ତ୍ର ଜାଲରେ ପତିତ ନହୋଇ ଗୀତା ପାଠ କରିବା ଉଚିତ | ରାଜା ରାମମୋହନ ରାୟ କହିଛନ୍ତି ,” ଯେ ଗୀତାପାଠ କରନ୍ତି ନାହିଁ ,କି ଗୀତା ମାନନ୍ତି ନାହିଁ ତାଙ୍କ କଥା କିଏ ମାନିବ ?”
ଆଜି ସାରା ବିଶ୍ଵରେ ଗୀତା ର ଆଦର ଓ ପ୍ରାଧାନ୍ୟ ବଢିବାରେ ଲାଗିଛି | ଏହା ହିନ୍ଦୁ ଧର୍ମ ଓ ସନାତନ ଧର୍ମ ର ଗୌରବ ଅଟେ |