ଅପରାଧ

ପୁଣି ବିଦେଶିନୀ ସେକ୍ସ ରାକେଟ୍‌

ଆ.ଓ.ରି(୨୦|୫)-

ରାଜଧାନୀରେ ହାଇପ୍ରୋଫାଇଲ୍ ବିଦେଶିନୀ ସେକ୍ସ ରାକେଟ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ୮ ଥାଇ ଯୁବତୀଙ୍କୁ ଗିରଫ ପରେ ସେମାନଙ୍କ ଭିସାକୁ ଜବତ କରାଯାଇଛି। ଏହାସହ ସେମାନଙ୍କ ସମସ୍ତ ତଥ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ପଠାଇବା ପାଇଁ କମିଶନରେଟ ପୋଲିସ ଯୋଜନା କରୁଛି। କେଉଁ ଭିସାରେ ଏହି ଥାଇ ଯୁବତୀ ଭାରତ ଆସିଥିଲେ ? ଏତେ ବଡ ରାକେଟ ପଛରେ କିଏ ରହିଛି କିଙ୍ଗପିନ୍‌ ?

ବାରମ୍ବାର ବିଦେଶିନୀ ଭୁବନେଶ୍ୱର ଆସି ଏଭଳି କାର୍ଯ୍ୟରେ ଲିପ୍ତ ହେଉଥିଲେ ବି ସେମାନଙ୍କର ଭିସା କାହିଁକି ରଦ୍ଦ ହେଉନି ?  ଟୁରିଷ୍ଟ ଭିସାରେ ଆସି ନିଯୁକ୍ତି ପାଉଥିବା ଏହି ଯୁବତୀମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବ ? ସେନେଇ କମିଶନରେଟ ପୋଲିସ ଖୋଳତାଡ ଆରମ୍ଭ କରିଛି। ଏହାସହ ଆଉ କେଉଁ କେଉଁ ସେଣ୍ଟରରେ ଏମିତି କାର୍ଯ୍ୟ ଚାଲିଛି ସେନେଇ ବି ଖୋଳତାଡ କରୁଛି କମିଶନରେଟ ପୋଲିସ।

ସେପଟେ ଘଟଣାରେ ସ୍ପା ମାଲିକ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଗତକାଲି ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏକ ବଡ ସେକ୍ସ ରାକେଟ୍‌କୁ ଧରିଥିଲା କମିଶନରେଟ୍ ପୋଲିସ। ରାକେଟରେ ସଂପୃକ୍ତ ଥିବା ୮ଜଣ ଥାଇଲ୍ୟାଣ୍ଡ ଯୁବତୀଙ୍କ ସହ ୭ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଓଡିଶାକୁ ବିଦେଶରୁ ବିମାନ ଉଡାଣ ପରେ ଓଡିଶାରେ ଏଭଳି କାର୍ଯ୍ୟରେ ବିଦେଶିନୀମାନେ ଲିପ୍ତ ହେବାରେ ସହଜ ହେଉଛି ବୋଲି ପୂର୍ବତନ ପୋଲିସ ଡିଜି ଏସ୍ଏନ୍ ତିୱାରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button