ଅପରାଧ

୪ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗ

ଆଓରି(ତା୧୫|୪)- 

୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର । ନୀଳଗିରି ଥାନା ତଥା ବାଉଁଶବଣିଆ ପଞ୍ଚାୟତ ହାଟସାହି  ଗାଁ ଦାଣ୍ଡରେ ଶିଶୁକନ୍ୟାଟି  ଖେଳୁଥିବା ସମୟରେ ସେହି ଗାଁର ତଥା ପଡୋଶୀ ନିତ୍ୟଚନ୍ଦନ ଜେନା (୨୪) ତାକୁ ଚକୋଲେଟ ଦେବା ବାହାନା କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ସମ୍ପୃକ୍ତ ଯୁବକ ପୂର୍ବରୁ ୪/୫ଥର ଏଭଳି ଦୁଷ୍କର୍ମ କରିଥିଲେ ହେଁ ରାଜନୈତିକ ଚାପ ପ୍ରୟୋଗ କରାଯାଇ ରଫାଦଫା କରାଯାଇଥିଲା ବୋଲି ଗାଁଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମଧ୍ୟ ଚାପ ପ୍ରୟୋଗ ହୋଇଥିଲେ ହେଁ ପୀଡିତା ପରିବାରକୁ ବିଭିନ୍ନ ବର୍ଗରୁ ସାହସ ଜୁଟାଇବା ପରେ ସତ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି । ରବିବାର ଏନେଇ ନୀଳଗିରି ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପୀଡିତାଙ୍କ ଅବସ୍ଥା ସଂକଟାପନ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button