କେବେ ବି ଦେଶକୁ ହରିବାକୁ ଦେବିନି ; ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୨୬/୦୨) : ‘ସୌଗନ୍ଧ ମୁଝେ ଇସ୍ ମିଟ୍ଟି କି, ମେ ଦେଶ ନେହି ମିଟ୍ନେ ଦୁଙ୍ଗା ଓର ଝୁକନେ ନେହିଁ ଦୁଙ୍ଗା’ । ଏହି ମାଟିକୁ ଛୁଇଁ ମୁଁ ଶପଥ କରୁଛି, କେବେ ବି ଦେଶକୁ ହାରିବାକୁ ଦେବିନାହିଁ ବୋଲି କହି ଜୋଶ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏମିତି ଏକ ଖାସ୍ ଅନ୍ଦାଜ୍ରେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ।
ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କ ଫଟୋ ଲାଗିଥିବା ଷ୍ଟେଜ୍ରେ ଛିଡ଼ା ହୋଇ ମୋଦି କହିଛନ୍ତି, ‘ଆଜି ଆପଣଙ୍କ ମିଜାଜ୍ କିଛି ଅଲଗା ଲାଗୁଛି । ମୁଁ ଆପଣଙ୍କ ଏହି ଉତ୍ସାହକୁ ବୁଝି ପାରୁଛି । ଆଜି ଏମିତି ଏକ ସମୟ ଆସିଛି, ଯେଉଁ ସମୟରେ ଆମେ ପରାକ୍ରମୀ ବୀରଙ୍କୁ ପ୍ରଣାମ କରିବା ।’
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଆଜି ଚୁରୁର ମାଟି ଛୁଇଁ କହୁଛି, ଦେଶ(ଭାରତ) ସୁରକ୍ଷିତ ହାତରେ ରହିଛି । ଦେଶଠୁ ବଳି ଆଉକିଛି ନାହିଁ । ଦେଶକୁ ସେବା କରୁଥିବା, ଦେଶ ନିର୍ମାଣରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ପ୍ରଣାମ କରୁଛି । ଚୁରୁର ଅନେକ ଯୁବକ ଦେଶ ସେବାରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ସେବା ମୋ ପାଇଁ ବହୁ ମହତ୍ତ୍ୱପୂର୍ଣ୍ଣ ।’