ବାଣିଜ୍ୟ

ହୁଣ୍ଡାଇ ମୋଟର୍ସ ଭାରତକୁ ଆଣିବ ଇଲେକ୍‌ଟ୍ରିକ୍‌ ଯାନ

 ଆଓରି-ନୂଆଦିଲ୍ଲୀ(୨୯/୭) : ହୁଣ୍ଡାଇ ମୋଟର୍ସ ଆସନ୍ତାବର୍ଷ ଭାରତରେ ଏହାର ଇଲେକ୍‌ଟ୍ରିକ୍‌ ଏସ୍‌ୟୁଭି ବା ଯାନ ଉପଲବ୍ଧ କରାଇବ। ଆସନ୍ତାବର୍ଷ ଦ୍ୱିତୀୟାର୍ଦ୍ଧରେ ଭାରତକୁ ଏହି ଗାଡ଼ି ଆସିବ ବୋଲି ହୁଣ୍ଡାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ କୋରିଆରେ ନିର୍ମିତ ଏହି ଗାଡ଼ିକୁ କମ୍ପାନି ଭାରତକୁ ଆମଦାନି କରିବ ବୋଲି ହୁଣ୍ଡାଇ ମୋଟର ଇଣ୍ଡିଆ ଏମ୍‌ଡି ତଥା ସିଇଓ ଓ୍ଵାଇ କେ କୁ କହିଛନ୍ତି। ତେବେ ଭବିଷ୍ୟତରେ କମ୍ପାନି ଏହାର ଚେନ୍ନାଇସ୍ଥିତ ପ୍ଲାଣ୍ଟରୁ ଇଲେକ୍‌ଟ୍ରିକ୍‌ ଯାନ ନିର୍ମାଣ କରିବ। ଉଲ୍ଲେଖଯୋଗ୍ୟ ଯେ, କମ୍ପାନି ଚଳିତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ସୋ’ରେ ଆୟନିକ୍‌ ଏବଂ କୋନା ନାମରେ ଦୁଇଟି ଇଲେକ୍‌ଟ୍ରିକ୍‌ ଯାନର ପ୍ରଦର୍ଶନ କରିଥିଲା। ଏଥିସହିତ କମ୍ପାନି ଆସନ୍ତା ୨୦୨୦ ସୁଦ୍ଧା ଭାରତରେ ୮ଟି ନୂଆ ମଡେଲ ଗାଡ଼ି ଉପଲବ୍ଧ କରାଇବା ସହିତ ୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ ଉତ୍ପାଦନ କ୍ଷମତା ୧୦ ଲକ୍ଷ ୟୁନିଟ୍‌କୁ ବୃଦ୍ଧି ଲକ୍ଷ୍ୟ ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button