March 24, 2023

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ବଡ଼ ପଦକ୍ଷେପ ; ଭାରତର ୧୧୦ଟି ସ୍ଥାନରେ ସିବିଆଇର ଚଢ଼ାଉ

1 min read

ଆଓରି-ନୂଆଦିଲ୍ଲୀ(୦୯/୦୭) : ଓଡ଼ିଶା ସମେତ ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସିବିଆଇର ଚଢ଼ାଉ । ଏଭଳି ଅଚାନକ ଚଢ଼ାଉକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଏକା ସଙ୍ଗେ ୧୧୦ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ।ଅପରାଧିକ କାର୍ଯ୍ୟକଳାପ, ଦୁର୍ନୀତି, ନିଶା କାରବାର ଭଳି ୩୦ଟି ଭିନ୍ନ ଭିନ୍ନ ମାମଲାରେ ସିବିଆଇ ପକ୍ଷରୁ ଏହି ରେଡ୍ କରାଯାଇଛି ।

୨ଜୁଲାଇରେ ମଧ୍ୟ ସିବିଆଇ ଦ୍ୱାରା ଏହିପରି ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୧୨ ରାଜ୍ୟର ୫୦ଟି ସହରର ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏଥିରେ ୧୬ଟି ନୂଆ ବ୍ୟାଙ୍କ୍‌ ଠକାମି ମାମଲାରେ ଜଡ଼ିତ ଥିବା ନେଇ ଜାଣିବା ପରେ ସିବିଆଇ ଏହାର ପର୍ଦ୍ଦାଫାସ୍ କରିଥିଲା । ସିବିଆଇର ସୂଚନା ଅନୁଯାୟୀ ରାଉରକେଲା, ଦିଲ୍ଲୀ, ଭରତପୁର, ମୁମ୍ବାଇ, ଚଣ୍ଡିଗଡ଼, ଜମ୍ମୁ, ଶ୍ରୀନଗର, ପୁଣେ, ଜୟପୁର, ଗୋଆ, କାନପୁର, ରାଇପୁର, ହାଇଦ୍ରାବାଦ୍‌, ମଦୁରାଇ, କୋଲକତା, ରାଞ୍ଚି, ବୋକାରୋ, ଲକ୍ଷ୍ନୌ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାରର ବିଭିନ୍ନ ସହରରେ ଚଢ଼ାଉ କରାଯାଇଛି ।

ତେବେ ଏଭଳି ରେଡ୍‌ ସମୟରେ ଆାଇଆରଏସ୍ ଅଧିକାରୀ ସଞ୍ଜୟ କୁମାର ଶ୍ରୀବାସ୍ତବ ଫର୍ଜରୀ ଓ ଠକାମୀ ମାମଲାରେ ଧରାପଡ଼ିଥିଲେ । ସିବିଆଇ ତାଙ୍କ ବିରୋଧରେ ୬ ଜୁଲାଇରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା ।

ମୋଦି ସରକାରଙ୍କ ଅମଳରେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହୁଥିବା ବ୍ୟକ୍ତି କେବେ ବି କ୍ଷମା ପାଇବ ନାହିଁ ବୋଲି ସବୁଠି ଏବେ ଚର୍ଚ୍ଚା ଚାଲିଛି ।ଦେଶକୁ ଦୁର୍ନୀତିମୁକ୍ତ କରିବା ପାଇଁ ସବୁବେଳେ ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ହେଉଛି ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇପାରେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.