DRDOକୁ ଆଉ ଏକ ସଫଳତା ; HSTDVର ସଫଳ ପରୀକ୍ଷଣ
1 min read
ଆଓରି-ଭୁବନେଶ୍ଵର(୧୨/୦୬) : DRDOକୁ ଆଉ ଏକ ସଫଳତା ମିଳିଛି। ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେହିକିଲ (HSTDV)ର ସଫଳ ପରୀକ୍ଷଣ କରାଯାଇଛି ।
ବାଲେଶ୍ୱର ITRର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ଆଜି ସକାଳ ୧୧ଟା ୨୨ରେ ଏହି ପରୀକ୍ଷଣ କରାଯାଇଛି ।
୨୦୧୭ରେ ୨ଥର HSTDVର ସଫଳ ପରୀକ୍ଷଣ କରାଯାଇଥିଲା । ୨୦ ସେକେଣ୍ଡ ମଧ୍ୟରେ ୩୨.୫ କିମି ଉଚ୍ଚ ଯାଏ ଯାଇପାରିବ HSTDV । ୭,୯୬୨ କିମି ବେଗରେ ଗତି କରିପାରେ HSTDV । HSTDVରୁ ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ କ୍ରୁଜ ମିସାଇଲ ପରୀକ୍ଷଣ କରାଯାଇପାରିବ।