ସ୍ୱାସ୍ଥ୍ୟ

ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧିପାଇଛି ; କିପରି ଜାଣିବେ

କୋଲେଷ୍ଟ୍ରଲ ଏକ ପ୍ରକାର ଚର୍ବି ଅଟେ ଓ ଏହା ଯକୃତରୁ ତିଆରି ହୋଇଥାଏ। ଆବଶ୍ୟକତାଠାରୁ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ରହିଲେ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କୋଲେଷ୍ଟ୍ରଲ ମାତ୍ରା ଅଧିକ ହେଲେ ଏହା କୋଶିକାରେ ଜମିଥାଏ ଓ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। ରକ୍ତରେ କୋଲେଷ୍ଟ୍ରଲ ବଢିବା ହେତୁ ହୃଦ ରୋଗ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବ ଶରୀରରେ କୋଲେଷ୍ଟ୍ରଲ ବଢିବାର କେତେକ ଲକ୍ଷଣ ଓ କାରଣ।

  • ଶୀଘ୍ର ହାଲିଆ ହୋଇଯିବା
    ଯଦି ଆପଣଙ୍କୁୁ କିଛି ବାଟ ଚାଲିବା ପରେ ହାଲିଆ ଲାଗୁଛି ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଛି ତେବେ ନିଜର ଓଜନ ମାପି ନିଅନ୍ତୁ। ଏହା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧିର ଏକ ଲକ୍ଷଣ। ଏହିଭଳି ଲକ୍ଷଣ ଦେଖାଦେଲେ ଆପଣ ଡେରି ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
  • ପାଦରେ କଷ୍ଟ ଅନୁଭବ କରିବା
    ବିନାକାରଣରେ ବାରମ୍ବାର ପାଦରେ କଷ୍ଟ ଅନୁଭବ ହେବା କୋଲେଷ୍ଟ୍ରଲ ବୃଦ୍ଧି ହେବାର ଏକ ଲକ୍ଷଣ। ଅଧିକାଂଶ ଲୋକ ଏହାକୁ ସାଧାରଣଭାବେ ନେଇଥାନ୍ତି ଓ ଅସୁୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହିଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।
  • ଦେହରୁ ଅଧିକ ମାତ୍ରାରେ ଝାଳ ବୋହିବା
    ଝାଳ ବୋହିବା ସାଧାରଣ କଥା। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଝାଳ ବୋହିବା କୋଲେଷ୍ଟ୍ରଲର ମାତ୍ରା ବଢିବାର ଏକ ଲକ୍ଷଣ। ଏହି ଭଳି ଲକ୍ଷଣ ଦେଖିବା ମାତ୍ରେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହାର ଉପଚାର କରନ୍ତୁ।
  • ହଠାତ ଓଜନ ବଢିବା
    ହଠାତ ଓଜନ ବଢିବା କୋଲେଷ୍ଟ୍ରଲ ବଢିବାର ଆଉ ଏକ ଲକ୍ଷଣ। ଏହାକୁ ସାଧାରଣ ଭାବେ ନନେଇ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ।
  • ଋକ୍ତ ଚାପ ବଢିବା
    ଋକ୍ତ ଚାପର ମାତ୍ରା ହଠାତ ବଢିଯିବା ମଧ୍ୟ କୋଲେଷ୍ଟ୍ରଲ ମାତ୍ରା ବଢିବାର କାରଣ ହୋଇଥାଇପାରେ। ତେଣୁ ତୁରନ୍ତ ଏଥିପାଇଁ ଚିକିତ୍ସା କରିବା ଆବଶ୍ୟକ।
  • ମୁଣ୍ଡ ବିନ୍ଧିବା
    ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢିଗଲେ ହଠାତ୍‍ ମୁଣ୍ଡ ବିନ୍ଧିଥାଏ। ହଠାତ ମୁଣ୍ଡ ବିନ୍ଧା ଆରମ୍ଭ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କୋଲେଷ୍ଟ୍ରଲ ବୃଦ୍ଧି କାରଣରୁ ମୁଣ୍ଡ ବିନ୍ଧା ହେଉଥାଇ ପାରେ। ଏଥିପାଇଁ ଡେରି ନକରି ତୁରନ୍ତ ଚିକିତ୍ସା କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button