ବାଣିଜ୍ୟ

ବଜାରରେ ହୋଣ୍ଡା ସିଡି ୧୧୦ ଡ୍ରିମ୍‌ ଡିଏକ୍ସ

ଆଓରି-ନୂଆଦିଲ୍ଲୀ(୧୨/୭) : ହୋଣ୍ଡା ମୋଟରସାଇକେଲ୍‌ ଏବଂ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବଜାରକୁ ଆସିଛି ୨୦୧୮ ସିଡି ୧୧୦ ଡ୍ରିମ୍‌ ଡିଏକ୍ସ। ଏହାର ବଜାର ଦର ୪୮,୬୪୧ ଟଙ୍କା ରହିଛି। ଏଥିରେ କ୍ରୋମ୍‌ ମଫଲର୍‌ ପ୍ରୋଟେକ୍ଟର,ଗୋଲ୍ଡ ଗ୍ରାଫିକ୍ସ, ଲମ୍ବା ସିଟ୍‌ ଏବଂ ହ୍ବିଲ୍‌ ବେସ୍‌ ସହିତ ପଛରେ ଏକ ହେଭି ଡ୍ୟୁଟି କ୍ୟାରିୟର ରହିଛି, ଯାହା ଗ୍ରାହକଙ୍କୁ ଉନ୍ନତମାନର ଡ୍ରାଇଭିଂ ଅନୁଭୂତି ପ୍ରଦାନ କରିବ। ଏଥିରେ ୧୧୦ ସିସି ହୋଣ୍ଡା ଇକୋ ଟେକ୍ନୋଲୋଜି ଇଞ୍ଜିନ୍‌ ରହିଛି। ବ୍ଲାକ୍‌ ସହିତ ବ୍ଲୁ ମେଟାଲିକ୍‌, ସିଲ୍‌ଭର୍‌ ମେଟାଲିକ୍‌, ଗ୍ରୀନ୍‌ ମେଟାଲିକ୍‌, କ୍ୟାବିନ୍‌ ଗୋଲ୍ଡ ଏବଂ ରେଡ୍‌ ଭଳି ୫ଟି ରଙ୍ଗରେ ଏହି ବାଇକ୍‌ ବଜାରରେ ଉପଲବ୍ଧ।

Related Articles

Leave a Reply

Your email address will not be published. Required fields are marked *

Back to top button