କଳା ଓ ସଂସ୍କୃତିଜାତୀୟ

ରାଷ୍ଟ୍ରପତି ୧୭ରେ ଆସିବେ ପୁରୀ

ପୁରୀ ୧୫: ଆସନ୍ତା ୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି।  ଜିଲାପାଳ ପ୍ରଶାସନିକ ଅଧିକାରୀମାନେ ତାଳବଣିଆ ହେଲିପ୍ୟାଡ୍, ଛାତ୍ରାବାସ, ଅନୁଷ୍ଠିତ ହେବାକୁ ଥିବା ଶତବାର୍ଷିକ ସମାରୋହ ସ୍ଥଳକୁ ବୁଲି ପ୍ରସ୍ତୁତି ତର୍ଜମା କରିଛନ୍ତିରାଷ୍ଟ୍ରପତିଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ଲାଗି ହେଲିପ୍ୟାଡଠାରୁ ଆରମ୍ଭ କରି ସର୍କିଟ ହାଉସ୍, ରାସ୍ତାଘାଟ ଆଦି ମରାମତି କରାଯାଉଛିପ୍ରକାଶ ଯେ, ସଂସ୍କୃତ ସଂସ୍ଥାନର ଶତବାର୍ଷିକ ସମାରୋହରେ ରାଷ୍ଟ୍ରପତି ଯୋଗଦେବେଏଥିରେ ସେ ସଂସ୍କୃତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ୯ଜଣ ସଂସ୍କୃତ ବିଦ୍ୱାନକୁ ସମ୍ବର୍ଦ୍ଧିତ କରିବେଏନେଇ ଏକ ତାଲିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ସଦାଶିବ କ୍ୟାମ୍ପସ ଅଧ୍ୟକ୍ଷ ଅତୁଳ ନନ୍ଦ କହିଛନ୍ତିଏଥିସହ ରାଷ୍ଟ୍ରପତି ୯ଟି ପୁସ୍ତକ ମଧ୍ୟ ଉନ୍ମୋଚନ କରିବେସମାରୋହରେ ରାଷ୍ଟ୍ରପତିଙ୍କ ବ୍ୟତୀତ ରାଜ୍ୟପାଳ ଏସ୍ସି ଜମିର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୁରୀ ଏମପି ପିନାକୀ ମିଶ୍ର ଏବଂ ରାଜ୍ୟରୁ ଜଣେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ଥିବା ନନ୍ଦ କହିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button