March 27, 2023

ଆସନ୍ତା ୨୮ ତାରିଖରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ

1 min read
Home Minister Amit Shah will come odisha at 28th February

ଆଓରି-ଭୁବନେଶ୍ଵର(୦୨/୨୪) : ଭୁବନେଶ୍ୱରରେ ହେବ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରାଟ ସମାବେଶ । ଆସନ୍ତା ୨୮ ତାରିଖରେ ଜନତା ମଇଦାନରେ ଏହି ସମାବେଶର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ଲକ୍ଷେ କର୍ମୀଙ୍କୁ ଠୁଳ କରିବାର ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି ଯେ, ଜନତା ମଇଦାନରେ  ଏହି ସମାବେଶର ଆୟୋଜନ କରାଯାଇଛି। ଏହି ସମାବେଶରେ ନୂଆ କରି ନିର୍ବାଚିତ ହୋଇଥିବା ବୁଥ ସ୍ତରର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେବେ। ୨୮ ତାରିଖ ସକାଳେ ସରକାରୀ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ମଧ୍ୟ ସେ ଯୋଗ ଦେବେ । ୨୮ ତାରିଖରେ ଭୁବନେଶ୍ୱରରେ ଆଉ ଗୋଟିଏ ଦୁଇଟି କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ୨୯ ତାରିଖ ସକାଳେ ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଅମିତ ଶାହା ଦିଲ୍ଲୀ ଫେରିଯିବେ ବୋଲି ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.