ନବୀନ ପଟ୍ଟନାୟକ ଯେଉଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାହା ଅବୈଧ ; ପିତାମ୍ବର ଆଚାର୍ଯ୍ୟ
1 min read
ଆଓରି-ଭୁବନେଶ୍ଵର(୨୭/୦୩) : ବିବାଦ ଘରରେ ନବୀନଙ୍କ ପ୍ରାର୍ଥିପତ୍ର । ନବୀନଙ୍କ ପ୍ରାର୍ଥିପତ୍ରରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ଏନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିଜେପି ଉପସଭାପତି ପିତାମ୍ବର ଆଚାର୍ଯ୍ୟ ନବୀନଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ପିତାମ୍ବର ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ସିବିଆଇ ଜେରା କରିସାରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ପ୍ରାର୍ଥିପତ୍ରରେ ଦେଇଥିବା ସତ୍ୟପାଠରେ ଏନେଇ କୌଣସି ତଥ୍ୟ ଦେଇ ନାହାନ୍ତି । ଏହା ସହ ନବୀନ ଗୋଟିଏ ସ୍ଥାନରେ ନିଜ ଦସ୍ତଖତ ମଧ୍ୟ କରିନାହନ୍ତି । ତେଣୁ ଆଇନ ଅନୁଯାୟୀ ନବୀନ ପଟ୍ଟନାୟକ ଯେଉଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାହା ଅବୈଧ । ପିତାମ୍ବର ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏଠି ନାମାଙ୍କନ କାଏମ ରହିଲା ତେବେ କୋର୍ଟରେ ନିଶ୍ଚିତ ଖାରଜ ହେବ ।
ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଏନେଇ ପିତାମ୍ବର ଅଭିଯୋଗ କରିଛନ୍ତି । ଏହା ସହ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ ଘୋଷଣା କରିବାକୁ ଦାବି କରିଛନ୍ତି । ପିତାମ୍ବର ବିଜେପି ଟିକଟରୁ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳିରୁ ନବୀନଙ୍କ ବିରୋଧରେ ଲଢିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ଅନ୍ୟପଟେ ରିଟର୍ଣ୍ଣିଂ ଅଫିସର୍ ତଥା ଉପଜିଲ୍ଲାପାଳ କହିଛନ୍ତି ଯେ, ନବୀନଙ୍କ ପ୍ରାର୍ଥିପତ୍ର ସମ୍ପୁର୍ଣ୍ଣ ଠିକ୍ ରହିଛି । ଏଥିରେ କୌଣସି ତ୍ରୁଟି ନାହିଁ । ତାଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସନ୍ଦେହ ଥିଲେ ଆଇନର ଆଶ୍ରୟ ନେବାକୁ କହିଛନ୍ତି ରିଟର୍ଣ୍ଣିଂ ଅଫିସର୍ ।